Odisha news

ଶବ୍ଦକୁ ବାନ୍ଧିବାର ଶକ୍ତି ଛାତ୍ର-ଛାତ୍ରୀଙ୍କୁ ଗୁରୁ ଆଶୀର୍ବାଦରୁ ମିଳିଥାଏ

0
ବୁଗୁଡା:-ତା-୦୫-୦୯-୨୦୨୨ ପ୍ରାଚୀନ କାଳରୁ ଗୁରୁକୁଳ ଆଶ୍ରମ ମାନଙ୍କରେ ଗୁରୁ ପରମ୍ପରା ବଳବତ୍ତର ଥିଲା । ଗୁରୁଙ୍କ କଥାକୁ ଶିଷ୍ୟ ମାନେ ମନ୍ନ୍ର ଭଳି ଗ୍ରହଣ କରୁଥିଲେ । ଗୁର ଶିଷ୍ୟଙ୍କ ସମ୍ପର୍କ ଅତି ଉଚ୍ଚ କୋଟିର ଥିଲା । ସଂପ୍ରତି ଶିକ୍ଷାୟତନ ଗୁଡିକରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଦିନକୁ ଦିନ ଦୁରତା ସୃଷ୍ଟି କରୁଛି। ଏଣୁ ଛାତ୍ରଛାତ୍ରୀ ମାନେ ଗୁରୁ ପରମ୍ପରାକୁ ଆପଣେଇ ନେଲେ ନିଜର ବୈ।ଦ୍ଧିକ ଜ୍ଞାନର ବିକାଶ ହେବା ସହ ଶୃଖଂଳିତ ସମାଜ ଗଠନ ହୋଇ ପାରିବ କାରଣ ଗୁରୁ ଆଶୀର୍ବାଦ ହିଁ ଶଦ୍ଦକୁ ବାନ୍ଧିବାର ଶକ୍ତି ଛାତ୍ର-ଛାତ୍ରୀ ମାନଙ୍କୁ ମିଳିଥାଏ ବୋଲି ଆଜି ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଗୁରୁ ପୁଜନ ଉତ୍ସବରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଛନ୍ତି। ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈ।ରହିତ୍ୟରରେ ଅନୁଷ୍ଠିତ ଏହି ସଭାରେ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବିବେକା ନନ୍ଦ ପଟ୍ଟନାୟକ,ଅଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି,ସରୋଜ କାନ୍ତ ଦାଶ,ସ୍ମିତାରାଣୀ ସାହୁ, ମିନତି ଆଚାରୀ,ଗୋପିନାଥ ମାହାନ୍ତି,ସୁଶାନ୍ତ କୁମାର ପଣ୍ଡା ମଞ୍ଚାସୀନ ଥିବାବେଳେ ପ୍ରାଧ୍ୟାପକ ବିଭୁତି ଭୂଷଣ ବେବର୍ତ୍ତା, ଡକ୍ଟର ଶିଶିର କାନ୍ତ ନାୟକ,କିଶୋର ଚନ୍ଦ୍ର ପଣ୍ଡା,ସୁଜାତା କୁମାରୀ ପଟ୍ଟନାୟକ,ଡ.ଏ.ଜିତେଶ ରାଓ ଦୋରା,ଭକ୍ତ ଲତା ମହାପାତ୍ର,ସଲୀଳା ନାୟକ,ଭାବଗ୍ରାହୀ ପଣ୍ଡା,ଅମୀୟ କୁମାର ସ୍ବାଇଁ,ପ୍ରେମା ନନ୍ଦ ପ୍ରଧାନ, କାହ୍ନୁ ଚରଣ ଦାଶ, ସଞ୍ଜୟ କୁମାର ପାତ୍ର,ସଞ୍ଜୟ କୁମାର ବିଷୋୟୀ, ଜ୍ଞାନଚାନ୍ଦଗୈ।ଡ,ଭଞ୍ଜ କିଶୋର ଗୈ।ଡ,ପ୍ରଦ୍ୟୁନ୍ନ ପାଢୀ,ଭାବଗ୍ରାହୀ ମହାପାତ୍ର,ରଶ୍ମି ତ୍ରିପାଠୀ,ମଦୁରାଜୁ ଦୋରା,ଶିବାନି ଆଚାରୀ,ସନ୍ତୋଷ କୁମାର ପରିଡା ,ରମାକାନ୍ତ ରାଉତ,ପ୍ରାକ୍ତନ କ୍ରୀଡା ଶିକ୍ଷକ ଦାମୋଦର ଦାଶ ପ୍ରମୁଖ ଗୁରୁ ପୂଜନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଉଭୟ +୨ ଏବଂ +୩ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ। ଶେଷରେ ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Nalco
Leave A Reply