Odisha news

ଟ୍ରେଲର୍‌ ରିପୋର୍ଟ କରିବାକୁ ତାପସୀଙ୍କ ଆବେଦନ

0

ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଥªଡ଼’ ଏବେ ଚର୍ଚ୍ଚାରେ । ଏବେ ଫିଲ୍ମର ଦ୍ୱିତୀୟ ଟ୍ରେଲର୍‌ ରିଲିଜ୍‌ ହୋଇଥିବା ବେଳେ ଏହାକୁ ରିପୋର୍ଟ କରିବା ପାଇଁ ତାପସୀ ଆବେଦନ କରିଛନ୍ତି । ସେ ଟ୍ରେଲରରେ ହିଁ କହିଛନ୍ତି ‘ଏହି ଟ୍ରେଲରକୁ ଅଧିକ ରିପୋର୍ଟ କରି ଦୁନିଆର ସବୁଠୁ ଅଧିକ ରିପୋର୍ଟେଡ୍‌ ଟ୍ରେଲର୍‌ ବନାନ୍ତୁ’ । ପ୍ରଥମ ଭଳି ଦ୍ୱିତୀୟ ଟ୍ରେଲରରେ ବି ତାପସୀଙ୍କୁ ଜଣେ ଖୁସମିଜାଜ୍‌ ବିବାହିତ ମହିଳା ଭାବେ ଦେଖାଯାଇଛି ଯିଏ ନିଜ ସ୍ୱାମୀଙ୍କୁ ସପୋର୍ଟ କରିବା ସହ ଅଧିକ ଭଲପାଉଛନ୍ତି ।ହେଲେ ଏକ ପାର୍ଟିରେ ତାପସୀଙ୍କ ସ୍ୱାମୀ ତାଙ୍କୁ ଥªଡ଼ ମାରିବା ପରେ କାହାଣୀ ବଦଳିଯାଇଛି । ସ୍ୱାମୀଙ୍କର ଏହି ଥªଡ଼ ତାପସୀଙ୍କ ଜୀବନ ବଦଳାଇ ଦେଇଥିଲା । ତାପସୀ କହିଛନ୍ତି, ଆପଣ ଏହି ଥªଡରୁ ଆଗକୁ ବଢ଼ିପାରନ୍ତି କିନ୍ତୁ ମୁଁ ନୁହେଁ । କାରଣ ଏହା ମୋ ପାଇଁ ସାଧାରଣ କଥା ନୁହେଁ । ଆଗକୁ ବଢ଼ନ୍ତୁ, ଟ୍ରେଲର୍‌ ରିପୋର୍ଟ କରନ୍ତୁ । ଭଲପାଇବାରେ ଯେପରି ଥªଡ଼ର ଜାଗା ନାହିଁ, ସେହିପରି ଇଣ୍ଟରନେଟ୍‌ରେ ଏପରି ଭିଡିଓର କୌଣସି ସ୍ଥାନ ନାହିଁ’ । ଅନୁଭବ ସିହ୍ନା ନିର୍ଦ୍ଦେଶିତ ଏହି ଫିଲ୍ମ ୨୮ ଫେବୃୟାରୀରେ ରିଲିଜ୍‌ ହେବ ।

Leave A Reply

Your email address will not be published.