୨୦୧୮ରେ ଅନୁରାଗ କଶ୍ୟପ ‘ମନମର୍ଜିୟæô’ ତିଆରି କରିଥିଲେ ଯେଉଁଥିରେ ଅଭିଷେକ ବଚ୍ଚନ, ଭିକି କୌଶଲ ଓ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ଥିଲେ । କ୍ରିଟିକ୍ସ ଓ ଅଡିଏନ୍ସ ଏହି ଫିଲ୍ମକୁ ବେଶ ପସନ୍ଦ କରିଥିଲେ । ଫିଲ୍ମର କାହାଣୀ, ଟ୍ରିଟମେଣ୍ଟ ଓ ମୁଖ୍ୟ ଚରିତ୍ରଙ୍କ ଅଭିନୟ ଲୋକଙ୍କୁ ପସନ୍ଦ ଆସିଥିଲା । ଏବେ ଅନୁରାଗ ଏହି ଫିଲ୍ମର ସିକେ୍ୱଲ ପ୍ରସ୍ତୁତ କରିପାରନ୍ତି । ଏଥର ବି ସେ ଅରିଜିନାଲ୍ କାଷ୍ଟଙ୍କୁ ନେଇପାରନ୍ତି । ଅନୁରାଗ ଓ ଅଭିଷେକ ପ୍ରଥମ ଥଣ ଏକାଠି କାମ କରିଥିଲେ । ଫିଲ୍ମରେ ଅଭିଷେକ ଓ ତାପସୀଙ୍କ ସମ୍ପର୍କରେ ଭିକିଙ୍କ ଫାଟ ସୃଷ୍ଟି କରିବା ଦର୍ଶକଙ୍କୁ ପସନ୍ଦ ଆସିବ ।
