ଦୁନିଆରେ ଏପରି ଘାସ ଅଛି ଯାହାର ମୂଲ୍ୟ ସୁନାଠୁ ବି ଅଧିକ । ହପ୍ ଶୁଟ୍ ନାମକ ଏହି ପରିବା ପ୍ରକୃତପକ୍ଷେ ଏକ ପରିବା ଯାହାର ମୂଲ୍ୟ କିଲୋ ପ୍ରତି ୮୦ ହଜାର ଟଙ୍କାରୁ ଅଧିକ । ଏତେ ଟଙ୍କା ସତ୍ତେ୍ୱ ପୂରା ଦୁନିଆରେ ଏହାର ଚାହିଦା ରହିଛି । ଏହାର ଫୁଲକୁ ହପ୍ କୋନ୍ସ କୁହାଯାଏ । ଏହାର ଶାଖାକୁ ବିଭିନ୍ନ ଉପାୟରେ ଖାଇପାରିବେ । କେତେକ ଏହି ଶାଖାରୁ ଆଚାର ତିଆରି କରିଥାନ୍ତି । ଏହାର ଫୁଲ ବହୁତ ଖଟା । ଏଥିରେ ଅନେକ ପ୍ରକାର ଆଣ୍ଟିବାୟୋଟିକ୍ ଥିବାରୁ ଜଡ଼ିବୁଟୀ ଭାବେ ବ୍ୟବହାର କରାଯାଏ । ଦାନ୍ତ ଦରଜଠୁ ଆରମ୍ଭ କରି ଟିବି ଚିକିତ୍ସା ପର୍ଯ୍ୟନ୍ତ ଏହାର ଉପଯୋଗ ହୋଇଥାଏ । ଏହାକୁ କଞ୍ଚା ଖାଇହେବ । ଭାରତର ଶିମ୍ଳା ଜଙ୍ଗଲରେ ଗୁଚ୍ଛି ନାମକ ଏକପ୍ରକାର ମହଙ୍ଗା ପରିବା ଦେଖାଯାଏ ଯାହା ଔଷଧୀୟ ଗୁଣରେ ଭରପୂର । ଏହାର ମୂଲ୍ୟ କିଲୋ ପ୍ରତି ୩୦ରୁ ୪୦ ହଜାର ଟଙ୍କା ।
