ନୂଆଦିଲ୍ଲୀ : ତାଲିବାନୀ ଆତଙ୍କବାଦୀ ମାନେ ଗୋଟିଏ ସପ୍ତାହରେ ଆଫଗାନିସ୍ତାନ ର ୧୦ ଟି ରାଜ୍ୟ ଉପରେ କବ୍ଜା କରି ସାରିଛନ୍ତି l ଏବେ ସେମାନେ ଗଜନି ଉପରେ ମଧ୍ୟ କବ୍ଜା କରି ସାରିଲେଣି , ଯାହା ରାଜଧାନୀ କାବୁଲ ଠାରୁ ପାଖାପାଖି ୧୫୦ କିଲୋମିଟର ଦୂରରେ ଅଟେ l ଏହାର ଅର୍ଥ ତାଲିବାନୀ ମାନେ ଯଥା ଶୀଘ୍ର କାବୁଲ ଉପରେ କବ୍ଜା କରି ପାରନ୍ତି ଓ ଏହାପରେ ସମଗ୍ର ଆଫଗାନିସ୍ତାନ ତାଙ୍କ ଅକ୍ତିଆରରେ ହେଇଯିବ l ଇତି ମଧ୍ୟରେ ଆଫଗାନିସ୍ତାନ ସରକାର ବୁଝାମଣା ପାଇଁ ଚେଷ୍ଟା କରିଛନ୍ତି l
କତର ରେ ତାଲିବାନୀ ମାନଙ୍କ ସହିତ ଆଲୋଚନା କରୁଥିବା ସରକାରୀ ଅଧିକାରୀମାନେ ହିଂସା ସମାପ୍ତ କରିବା ପାଇଁ ଗୋଟିଏ ନୂଆ ଅଫର ଦେଇଛନ୍ତି l ମିଳିଥିବା ସୂଚନା ଅନୁସାରେ ଆଫଗାନ ସରକାର ତାଲିବାନୀ ମାନଙ୍କୁ ନେଇ ସରକାର ରେ ଭାଗ ନେବା ପାଇଁ ଚାହୁଁଚି , କାହିଁକି ନ ଦେଶରେ ଯୁଦ୍ଧ ସମାପ୍ତ ହୋଇଯାଉ l ଗୁରୁବାରଦିନ ତାଲିବାନ ଆଫଗାନିସ୍ତାନର ଦଶମ ରାଜ୍ୟ ଗଜନି କବ୍ଜା କରିବା ପରେ ତାର ନଜର ରହିଛି , ପୂର୍ବରୁ ଗଭର୍ନର ଅଫିସ ,ପୋଲିସ ହେଡ଼ କ୍ଵାଟର ଓ ଜେଲ ସରକାରଙ୍କ ଅଧୀନରେ ଥିବା ବେଳେ ବର୍ତମାନ ଏହା ତାଲିବାନୀ ମାନଙ୍କ ନିୟନ୍ତ୍ରଣ ରେ ରହିଛି l ବର୍ତମାନ ସମ୍ପୂର୍ଣ ତାଲିବାନ ଆତଙ୍କବାଦୀଙ୍କ କବ୍ଜା ରେ l
ଆଫଗାନିସ୍ତାନ ରେ ସାଧାରଣ ଲୋକଙ୍କ ଜୀବନ ଦିନକୁ ଦିନ ଅତି କଠିନ ହେବାରେ ଦେଖା ଯାଇଛି l ଯାହା ଅଲଗା ଅଲଗା ସହରରେ କବ୍ଜା କରି ଚାଲିଛି l ଆମେରିକା ସହିତ ଅଧିକାଂଶ ଦେଶ ଡିଫେନ୍ସ ଏକ୍ସପର୍ଟ ଭାବୁଥିଲେ ଯେ ତାଲିବାନୀ ମାନଙ୍କୁ କାବୁଲ କବ୍ଜା କରିବା ପାଇଁ ୩ରୁ ୬ ମାସ ସମୟ ଲାଗିବ , କିନ୍ତୁ ସେମାନଙ୍କ ଦାବି ଭୁଲ ପ୍ରମାଣିତ ହେଲା l ବର୍ତମାନ ଅଧିକାଂଶ ଅଞ୍ଚଳ ତାଲିବାନୀ ମାନଙ୍କ ଅକ୍ତିଆର ରେ ରହିଛି l
Comments are closed.