Odisha news

ତାଲିବାନ୍ ର ବିବୃତି : ମହିଳାମାନେ କେବଳ ଛୁଆ ଜନ୍ମ କରିପାରିବେ , ମନ୍ତ୍ରୀ ହୋଇ ପାରିବେ ନାହିଁ

ନୂଆଦିଲ୍ଲୀ : ଆଫଗାନିସ୍ତାନ ରେ ତାଲିବାନ୍ ଶାସନ ଗଠନ ହେବାପରେ , ଏଠାରେ ମହିଳା ମାନଙ୍କର ସରକାରରେ ଭାଗିଦାରୀ କୁ ନେଇ ପ୍ରଦର୍ଶନ କରି ଆସୁଛନ୍ତି । କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନେ ତାଲିବାନ୍ ପ୍ରବକ୍ତା ଙ୍କ ମତ କୁ ରଖିଛନ୍ତି ଯେ କୌଣସି ମହିଳା ମାନଙ୍କୁ ସେଠାରେ ମନ୍ତ୍ରୀପଦ ଦିଆଯିବ ନାହିଁ । ସେମାନଙ୍କ କାମ ହେଲା କେବଳ ଛୁଆ ଜନ୍ମ କରିବା ।
ସ୍ଥାନୀୟ ଗଣମାଧ୍ୟମ ଟୋଲୋ ନ୍ୟୁକ ପକ୍ଷରୁ ଗୋଟିଏ ଟୁଇଟର ଜରିଆରେ କୁହାଯାଇଛି ଯେ ଏଠାରେ କୌଣସି ମହିଳା ମନ୍ତ୍ରୀ ହୋଇ ପାରିବେ ନାହିଁ । ଏହା ଏପରି ଯେପରିକି ଆପଣ କାହା ବେକରେ କିଛି ପକାଇବେ ଓ ସେ ବଜାଇ ପାରିବ ନାହିଁ । ଜଣେ ମହିଳା ଙ୍କ ପାଇଁ କ୍ୟାବିନେଟ୍ ରେ ହେବା ଜରୁରୀ ନୁହେଁ , ସେମାନେ ଛୁଆ ଜନ୍ମ କରିବା ଉଚିତ୍ । ମହିଳା ପ୍ରଦର୍ଶନ କାରି ଆଫଗାନିସ୍ତାନ କୁ ସମ୍ଭାଳି ପାରିବେ ନାହିଁ । “
ଆଫଗାନିସ୍ତାନ ରେ ତାଲିବାନ୍ ଶାସନ ଆସିବା ପରେ ସାଧାରଣ ଜନତା ଙ୍କ ମଧ୍ୟରେ ଖୁବ୍ ଭୟ ଦେଖା ଦେଇଛି । ଗତ କିଛିଦିନ ହେଲା କାବୁଲ ସମେତ ଅଧିକାଂଶ ସ୍ଥାନରେ ତାଲିବାନ୍ ସରକାର ବିରୁଦ୍ଧରେ ପ୍ରଦର୍ଶନ ଜାରୀ ରହିଛି । ଖାସ୍ କଥାଟି ହେଲା ଏହି ପ୍ରଦର୍ଶନ ର ପ୍ରତିନିଧିତ୍ଵ ମହିଳା ମାନେ କରୁଛନ୍ତି , ଯାହା ତାଲିବାନ୍ କୁ ପସନ୍ଦ ଆସୁନି ।

Comments are closed.