Odisha news

ବାଳିକା ସଶକ୍ତିକରଣ ମିଶନ୍ କାର୍ଯ୍ୟଶାଳାର ଶୁଭଉଦଘାଟନ

0

ତାଳଚେର ତା ୨୨/୫ ଏନଟିପିସି ତାଳଚେର ଥର୍ମାଲ ଦ୍ୱାରା ବହୁ ପ୍ରତୀକ୍ଷିତ ବାଳିକା ସଶକ୍ତିମିଶନ କାର୍ଯ୍ୟଶାଳାର ଶୁଭଉଦଘାଟନ ଡ଼ିଏଭି ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଥର୍ମାଲର ଇଡ଼ି କେ.ଏସ୍ ରାଓ ଏହାର ଶୁଭଉଦଘାଟନ କରି ଛାତ୍ରୀମାନଙ୍କର ବିକାଶ ଓ କାର୍ଯ୍ୟଦକ୍ଷତା ଶୈଳୀ ବିକାଶର ପରିପନ୍ଥି ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ତା ୨୦/୦୫/୨୨ରୁ ଆରମ୍ଭ ହୋଇ ୧୬/୦୬/୨୨ ପର୍ଯ୍ୟନ୍ତ ଚାଲିବ । ତାଳଚେର ଥର୍ମାଲ ପାରିପାଶ୍ୱିର୍କ ସରକାରୀ ବିଦ୍ୟାଳୟର ଷଷ୍ଠଶ୍ରେଣୀରେ ପଢ଼ୁଥିବା ୧୨୦ଜଣ ବାଳିକାମାନଙ୍କୁ ୪ସପ୍ତାହ କର୍ମଶାଳାରେ ସେମାନଙ୍କ ଶାରିରୀକ ଓ ମାନସିକ ଅଭିବୃଦ୍ଧିରେ ସହାୟକ ହେଲାଭଳି ଅନେକ କାର୍ଯ୍ୟକ୍ରମ ଗ୍ରହଣର କରାଯାଏ । ଏହି କାର୍ଯ୍ୟକ୍ରମ ଏନଟିପିସିର ସିଏସ୍‌ଆର ଅନ୍ତର୍ଭୂକ୍ତ ଓ ଶକ୍ତି ଉତ୍ପାଦନ ବ୍ୟତୀତ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଏନଟିପିସି ଆନ୍ତରିକ ଭାବେ ସହଯୋଗ କରିଥାଏ ବୋଲି ଶ୍ରୀ ରାଓ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାବିଭାଗର ଅଧିକାରୀ ପ୍ରଫୁଲ୍ଳ ବାରିକ୍‌, ସ୍ଥାନୀୟ ସରପଂଚ ଓ ସମିତିସଭ୍ୟମାନେ ଭାଗ ନେବା ସହିତ ପିଲାମାନଙ୍କ ଅଭିଭାବକ ଶିକ୍ଷକ/ଶିକ୍ଷୟତ୍ରୀଳ ଏନଟିପିସି ତାଳଚେର ଥର୍ମାଲର ଅଧିକାରୀ ଓ ଶ୍ରମିକସଂଗଠନ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସାଗରୀକା ମହିଳା କ୍ଲବର ସଭାନେତ୍ରୀ ସ୍ୱର୍ଣ୍ଣଲତା ରାଓ, ଝିଅମାନେ ଶିକ୍ଷିତ ହେଲେ ପରିବାରର ଉନ୍ନତି ହେବ ଏବଂ ପରିବାର ସଶପ୍ତ ହେବ ବୋଲି ପ୍ରକାଶ କରିଥିଲେ । ସ୍ଥାନୀୟ ହାଣ୍ଡିଧୂଆଁ ସ୍କୁଲ, ଡ଼ିଏଭି ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା ଯାହାକୁ ସମସ୍ତେ ମନୋହରି ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କ୍ରମାଗତଭାବେ ଦୀର୍ଘବର୍ଷ ହେବ ଚାଲିଆସୁଛି । ଏହି କାର୍ଯ୍ୟକ୍ରମକୁ ହିରୋମ୍ୟୁଡ଼ିମାଇଣ୍ଡ୍ ନାମକ ଏକ ଏନ୍‌ଜିଓ ସଂସ୍ଥା ପରିଚାଳନା କରିଥିଲା ।

Leave A Reply