Odisha news

ପୌରପରିଷଦ ଉପନଗରପାଳ ହେଲେ ସୁଶ୍ରୀ ଶୁଭସ୍ମିତା

0

ତାଳଚେର ତା ୦୭/୦୪ ରାଜ୍ୟ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଆଜି ତାଳଚେର ପୌରପରିଷଦରେ ଉପନଗରପାଳ ପଦବୀ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଉପନଗରପାଳ ନିର୍ବାଚନରେ ବିଜେଡ଼ି ଦଳର ପ୍ରାଥିନୀ୧୯ନମ୍ବର ୱାର୍ଡ଼ରୁ ସୁଶୀଶୁଭସ୍ମିତା ପ୍ରଧାନ ହୋଇଥିବା ବେଳେ ବିଜେପି ପକ୍ଷରୁ ୨୧ନମ୍ବର ୱାର୍ଡ଼ର ଅନିତା ବିଶ୍ୱାଳ ପ୍ରାଥିନୀଭାବେ ପ୍ରାଥିପତ୍ର ଦାଖଲ କରିଥିଲେ । ତାଳଚେର ପୌରପରିଷଦରେ ଉପଜିଲ୍ଳାପାଳଙ୍କ ଉପସ୍ଥିତିରେ ନିର୍ବାଚନ ପ୍ରକ୍ରିୟ ଅନୁଷ୍ଠିତ ହୋଇଥିଲା । ତେବେ ବିଜେପି ପ୍ରାଥିନୀ ଶ୍ରୀମତୀ ବିଶ୍ୱାଳ ୩ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାଥିନୀ ୧୮ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ । ଏଥିନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହିତ ଉପଜିଲ୍ଳାପାଳ ବିଶ୍ୱରଞ୍ଜନ ରଥ ଆନୁଷ୍ଠାନିକ ଭାବେ ସୁଶ୍ରୀ ଶୁଭସ୍ମିତା ପ୍ରଧାନଙ୍କୁ ଉପନଗରପାଳ ପ୍ରାଥିନୀଭାବେ ଘୋଷଣା କରିଥିଲେ । ଏହାକୁ ନେଇ ବିଜେଡ଼ି ମହଲରେ ଖୁସିର ଲହରୀ ଖେଳିଯାଇଥିଲା । ୨୧ଟି ୱାର୍ଡ଼କୁ ନେଇ ତାଳଚେର ପୌରପରିଷଦ ଗଠିତ । ଚଳିତ ପୌରନିର୍ବାଚନରେ ୨୧ଗୋଟି ୱାର୍ଡ଼ରୁ ୧୮ଟି ୱାର୍ଡ଼ରେ ବିଜେଡ଼ି ହାତକୁ ଯାଇଥିବା ବେଳେ ମାତ୍ର ୩ଟି ବିଜେପି ହାତେଇଥିଲା । ଏହାପରେ ତାଳଚେର ପୌରପରିଷଦର ନଗରପାଳ ପ୍ରାଥି ପବିତ୍ର ଭୂତିଆ ସିଧାସଳଖ ଭାବେ ବିପୁଳ ଭୋଟ ପାଇ ବିଜୟୀ ହୋଇଥିଲେ ।

Leave A Reply