Odisha news

ତାରିଣୀ ହିରୋ ପକ୍ଷରୁ ଏକ୍ସଟ୍ରିମ୍ ୧୬୦ଆର ବାଇକ୍ ର ବଜାର ପ୍ରବେଶ ଉତ୍ସବ

0

ତାଳଚେରଷ୍ଟେସନ:-ଦେଶର ଅଗ୍ରଣୀ ମୋଟର ସାଇକେଲ ନିର୍ମାତା ହିରୋ ମୋଟୋ କପ୍ ର ତାଳଚେରର ଅଧିକୃତ ବିକ୍ରେତା ତାରିଣୀ ମୋଟର୍ସ ଠାରେ ହିରୋ ଏକ୍ସଟ୍ରିମ୍ ୧୬୦ ଆର ବାଇକ୍ ର ଡିଜିଟାଲ୍ ଦ୍ୱାରା ବଜାର ପ୍ରବେଶ ପର୍ବ ଅନୁଷ୍ଠିତ ହୋଇଯାଇଛି । ତାଳଚେର ତାରିଣୀ ମୋଟର୍ସ ପରିସରରେ ଆୟୋଜିତ ଏହି ଲଂଚିଙ୍ଗ୍ ଉତ୍ସବରେ ତାରିଣୀ ମୋଟର୍ସ ର ସତ୍ୱାଧିକାରୀ ମନୋଜ କୁମାର ସାହୁ ଓ ବଡ ଭାଇ ହରମୋହନ ସାହୁ ଏହାକୁ ବଜାର ପ୍ରବେଶ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏରିଆ ସିନିୟର ମ୍ୟାନେଜର ଅବଦୁଲ ଆହଦ, ଏରିଆ ସେଲସମ୍ୟାନ୍ ମୋହିତ ଭଗତ୍, ଏରିଆ ସର୍ଭିସ୍ ମ୍ୟାନେଜର ଉକ୍ରର୍ଷ ମିଶ୍ର, ଟେରିଟୋରୀ ମ୍ୟାନେଜର ଚନ୍ଦ୍ରକାନ୍ତ ପଣ୍ଡା ଏବଂ ପଲ୍ଲଭି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହିପରିପ୍ରେକ୍ଷୀରେ ସୋରୁମ୍ ମ୍ୟାନେଜର ସରୋଜ କୁମାର ସାହୁ ଏକ୍ସଟ୍ରିମ୍ ୧୬୦ ଆର ବାଇକ୍ ର ବିଶେଷତ୍ୱ ତଥା ଗୁଣବତା ସଂପର୍କରେ ଅବଗତ କରାଇଥିଲେ ।

୧୬୦ ସିସି ବିଶିଷ୍ଟ ଏହି ବାଇକ୍ ଟି ପ୍ରୋଗ୍ରାମ ଏଫ୍.ଆଇ. ଏବଂ ଅତ୍ୟାଧୁନିକ ଏକ୍ସଜେନ୍ ଟେକ୍ନୋଲୋଜି ଯୁକ୍ତ ଅଟେ । ଏହି ଦୁଇ ଚକିଆ ବାଇକ୍ ଟି ସ୍ପୋଟିଂ ଏବଂ ମସ୍କୁ୍ୟଲାର ହୋଇଥିବାରୁ ଦେଖିବାକୁ ଆକର୍ଷଣୀୟ ଏବଂ ଏହା ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବେଶ ଆଦୃତ ହୋଇ ପାରିବ । ଏହା ସହିତ ତାରିଣୀ ମୋଟର୍ସ ତାଳଚେର ହିରୋ ଆନୁକୂଲ୍ୟରେ ଓଡିଶାରେ ପ୍ରଥମ ଡିଜିଟାଲ୍ ଲୋନ୍ ମେଳା ଆୟୋଜନ କରାଯାଇଥିଲା । ଏଥିରେ ଏକ୍ସଟ୍ରିମ୍ ୧୬୦ ଆର ବାଇକ୍ ର ଗ୍ରାହକ ସପନ କୁମାର ଦାସ, ଶ୍ରଣ କୁମାର ସାହୁ, ତତ୍ୱମଣି ମିଶ୍ର ପ୍ରମୁଖ ଚାବି ଗ୍ରହଣ କରିଥିଲେ । ଏହି ଡିଜିଟାଲ୍ ଲଂଚ କାର୍ଯ୍ୟକ୍ରମରେ ଏକ ଶହରୁ ଅଧିକ ଗ୍ରାହକ ଏବଂ ପ୍ରଶଂସକ ଡିଜିଟାଲ୍ ମାଧ୍ୟମରେ ଯୋଡି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ତାରିଣୀ ମୋଟର୍ସ ପରିବାର ତରଫରୁ ସର୍ଭିସ୍ ମ୍ୟାନେଜର ଗୋପାଳକୃଷ୍ଣ ମିଶ୍ର, ମାନସ ରଞ୍ଜନ ଦାସ, ଦେବବ୍ରତ ନାହାକ, ପ୍ରତାପ ପରିଡା, ଦିନେଶ ମାଝୀ, ସଭାନା ବେଗମ୍, ନିରୁପମା ଭୂତିଆ, ନିଶାଲି ବର୍ମା, ରୋଜି ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Leave A Reply