Odisha news

ସାତ ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଦୌଡି ଦୌଡି ଶେଷରେ ଜୀବନ ହାରିଲେ ବୃଦ୍ଧା

*ସାଂସଦ ଙ୍କ ଘର ଠାରୁ 100ମିଟର ଦୂରରେ କାନ୍ଥ ପଡି ଜୀବନ ହାରିଲେ ବୃଦ୍ଧା*

0
ତାଳଚେର :ତା 30/06:ତାଳଚେର ପୌରାଞ୍ଚଳ ଦୁଇ ନମ୍ବର ୱାର୍ଡ ରେ ଏକ ଅଭାବନୀୟ ଘଟଣା ଘଟିଛି |ବୁଧବାର ବାହୁଡା଼ ଦିନ ତାଳଚେର ପୌର ପରିଷଦ ଅଧିନସ୍ଥ ୱାର୍ଡ ନ 2 ର ଅଧିବାସୀ ନିର୍ମଳା ମାଝି (74)ନିଜ ଝାଟିମାଟି ଘରେ ଶୋଇଥିବା ବେଳେ କାନ୍ଥ ପଡି ତାଙ୍କର ମୃତ୍ୟୁ ହୋଇଛି |ଏହାକୁ ନେଇ ସମଗ୍ର ଅଂଚଳ ରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି |ତାଙ୍କର ପୁଅ ଝିଅ ବାହାରେ ରହୁଥିବା ବେଳେ ସେ ଏକୁଟିଆ ଏଠାରେ ଦୀର୍ଘ ଦିନ ହେବ ରହି ଆସୁଥିଲେ |ପ୍ରଧାନମନ୍ତ୍ରୀ ଘର ଟିଏ ପାଇବା ପାଇଁ ଆଜକୁ ସାତ ବର୍ଷ ହେବ କାଉନ ସିଲର ଠାରୁ ଆରମ୍ଭ କରି ବିଧାୟକ, ସାଂସଦ, ପୌର ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ପର୍ଯ୍ୟନ୍ତ ବହୁବାର ଦୌଡ଼ି ଦୌଡି ନୟାନ୍ତ ହୋଇଛନ୍ତି ଶେଷରେ ଝାଟି ମାଟି ଭଙ୍ଗା ଦଦରା ଘରେ ରହି ସେହି କାନ୍ଥ ପଡି ତାଙ୍କର ଜୀବନ ଯାଇଛି |ଢେଙ୍କାନାଳ ସାଂସଦ ମହେଶ ସାହୁ ଙ୍କ ଘର ଠାରୁ ମାତ୍ର 100ମିଟର ଦୁରରେ ଅବସ୍ଥିତ ବୃଦ୍ଧା ନିର୍ମଳା ଙ୍କ ଘର, ଘର ଖଣ୍ଡିଏ ନ ପାଇ ଜୀବନ ଯାଇଛି,ଏଭଳି ଏକ ଦୁଖଦଃ ଘଟଣା ସମଗ୍ର ଅଂଚଳ ରେ ଆଲୋଡନ ସୃଷ୍ଟି କରିଛି |ସବୁ ଗରିବ ପରିବାର ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ କେନ୍ଦ୍ର ମୋଦି ସରକାର ଦୁଇ ଲକ୍ଷ ଟଙ୍କାର ଘର ପଠାଇଲେ, କିନ୍ତୁ ଘର ଦଳୀୟ ଆଧାର ରେ ବାଣ୍ଟିବା ସହ ପ୍ରକୃତ ହିତାଧିକାରୀ ଙ୍କୁ ଘର ନ ଦେଇ ଲାଞ୍ଚ ଦେଉଥିବା ଲୋକଙ୍କୁ ଘର ଦିଆ ଯାଇଛି ବୋଲି ବାରମ୍ବାର ବିଜେପି ଅଭିଯୋଗ କରି ଆସିଛି, କିନ୍ତୁ ବିଜେଡି ସରକାର ର ବ୍ୟାପକ ପିସି କାରବାର ଯୋଗୁଁ ଆଜି ପ୍ରକୃତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ |ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଏହି ଘଟଣା ଉପରେ ଗଭୀର ଉଦବେଗ ପ୍ରକାଶ କରିବା ସହ ସାଂସଦ ଙ୍କ ଘର ନିକଟରେ ପ୍ରକୁତ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ନ ମିଳିବା ଏବଂ ସେହି ଘରେ କାନ୍ଥ ପଡି ତାଙ୍କର ମୃତ୍ୟୁ ହେବା ବିଜେଡି ସରକାରର ଦୁର୍ନୀତି ର ମୁଖା ଖୋଲି ଦେଇଛି, ୱାର୍ଡ ମେମ୍ବର ଠାରୁ ବିଧାୟକ, ସାଂସଦ ଏବଂ ପ୍ରଶାସନ ନିକଟରେ ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ନ ମିଳିବା ବିଜେଡି  ସରକାର ର ଅପାରଗତା କୁ ସୂଚାଉଛି ବୋଲି ପ୍ରକାଶ କରିଛନ୍ତି |ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥାନ୍ତା ତାଙ୍କରି ଜୀବନ ବଞ୍ଚି ଯାଇ ଥାନ୍ତା, ତାଙ୍କରି ମୃତ୍ୟୁ ପାଇଁ ପ୍ରଶାସନ ଏବଂ ରାଜ୍ୟ ସରକାର ଦାୟୀ ଏବଂ ଯେଉଁ ମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି |
Leave A Reply