ତାଳଚେର :ତା 28/06: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ମିଶନ ମୋଡ଼ ରେ ସବୁ ପରିବାର ଙ୍କୁ ମାଗଣା ରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ କନେକ୍ସନ ଦେବା ପାଇଁ ବ୍ୟବସ୍ଥା କରିଥିଲେ |2019 ସୁଦ୍ଧା ସବୁ ଘରକୁ ବିଜୁଳି କନେକ୍ସନ ପାଇଁ ଯୋଜନା କରିଥିଲେ |ଓଡିଶା ର ସବୁ ଘରକୁ ସୌଭାଗ୍ୟ ଯୋଜନାରେ ବିଜୁଳି ଦିଆ ଯିବା ପାଇଁ କେନ୍ଦ୍ର ସରକାର ପ୍ରଚୁର ଅର୍ଥ ବ୍ୟବସ୍ଥା କରିଥିଲେ |2018 ମସିହା ସୁଦ୍ଧା ସବୁ ଘରକୁ ବିଜୁଳି ପ୍ରଦାନ କରାଯାଇଛି ବୋଲି ରାଜ୍ୟ ସରକାର କେନ୍ଦ୍ର ସରକାର ଙ୍କୁ ଜଣାଇଛନ୍ତି |କିନ୍ତୁ ବାସ୍ତବ ରେ କେଉଁଠି ଲାଇନ ନାହିଁ ତ କେଉଁଠି ବିଜୁଳି ତାର ଘରକୁ ଯାଇଛି କିନ୍ତୁ ଲାଇନ ନାହିଁ |ଏଭଳି ଏକ ପରିସ୍ଥିତି ଦେଖିବାକୁ ମିଳିଛି ତାଳଚେର ବ୍ଲକ କଣ୍ଢାଳ ପଂଚାୟତ ର ଅନାଦିପୁର ଗ୍ରାମରେ,କେନ୍ଦ୍ର ମୋଦି ସରକାର ଙ୍କର ସୌଭାଗ୍ୟ ଯୋଜନାରେ 2018 ମସିହା ରୁ ଶହେରୁ ଉର୍ଦ୍ଧ ପରିବାର ଙ୍କ ଘରକୁ ବିଜୁଳି ସଂଯୋଗ କରାଯାଇଛି |ବାସ୍ତବ ରେ ଅର୍ଦ୍ଧାଧିକ ଲୋକଙ୍କ ଘରକୁ ବିଦ୍ୟୁତ ସଂଯୋଗ ହୋଇନାହିଁ,ଘରକୁ ତାର ଟଣା ହୋଇଛି,ମିଟର ବସିଛି, ବିଲ ଆସୁଛି, ବିଦ୍ୟୁତ ବିଭାଗ ଅଫିସ ରୁ ବିଲ ପଇଠ ପାଇଁ ଫୋନ ଆସୁଛି କିନ୍ତୁ ମିଟର ବସିଲା ଦିନଠୁ ପାଞ୍ଚ ବର୍ଷ ହେଲା ବିଦ୍ୟୁତ କନେକ୍ସନ ନାହିଁ |ଲୋକ ମାନେ ବାରମ୍ବାର ବିଦ୍ୟୁତ ବିଭାଗ ଅଫିସ, ପ୍ରଶାସନ, ଜିଲ୍ଲା ପାଳ ଙ୍କ ଅଭିଯୋଗ ପ୍ରକୋଷ୍ଟ, ବିଧାୟକ, ସାଂସଦ ଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି କିନ୍ତୁ ଶୁଣିବାକୁ କେହିନାହିଁ, ବିଦ୍ୟୁତ ପାଇବାରୁ ବଂଚିତ ଅଧିବାସୀ |ଆଜି ବୁଧବାର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଅଚାନକ ଅନାଦିପୁର ଗ୍ରାମରେ ପହଂଚି ସୌଭାଗ୍ୟ ଯୋଜନାରେ ବିଜୁଳି ପାଇଥିବା ଘର କୁ ଘର ବୁଲି ବାସ୍ତବତା ସମ୍ପର୍କରେ ଜାଣିଥିଲେ |ଶ୍ରୀ ସାମଲ ସଙ୍ଗେ ସଙ୍ଗେ ବିଦ୍ୟୁତ ବିଭାଗର ଅଧିକାରୀ ଙ୍କୁ ଜଣାଇବା ପରେ ଏସଡ଼ିଓ ମନୋଜ କୁମାର ପାଣି, ଜେଇ କମର୍ଶ ମୋହନ ସିଂହ, ଜେଇ ଜୟତୋଷ ମହାପାତ୍ର, ଲାଇନ ମ୍ୟାନ ସୁକାନ୍ତ ପ୍ରଧାନ ଉକ୍ତ ଗ୍ରାମରେ ପହଂଚି ଥିଲେ |ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଙ୍କ ଉପସ୍ଥିତି ରେ ବିଦ୍ୟୁତ ବିଭାଗ ର ଅଧିକାରୀ ମାନେ ଘର ଘର ବୁଲି ଦେଖିଲେ ଏବଂ ମିଟର ବସିଛି ଲାଇନ ତାର ଟଣା ହେବା ଠାରୁ ପାଞ୍ଚ ବର୍ଷ ହେବ ଲାଇନ ଆସିନାହିଁ ବୋଲି ଦେଖିଲେ |ସେମାନଙ୍କ ମଧ୍ୟରୁ ଶୋଭାଗିନୀ ନାଏକ, ଅଭିମନ୍ୟୁ ନାଏକ, ଇଶ୍ୱର ବାରିକ, ରମାକାନ୍ତ ବାରିକ, ମଞ୍ଜୁ ସିଂହ, ମେଘନାଦ ସିଂହ, ଜୟନ୍ତ ଭଟ, ସୁଷମା ଡାକୁଆ ଙ୍କ ସମେତ 50 ରୁ ଉର୍ଦ୍ଧ ଲୋକଙ୍କ ଘରକୁ ଲାଇନ କନେକ୍ସନ ହୋଇନାହିଁ |ବିନା ଲାଇନ ରେ ଯେଉଁମାନଙ୍କର ବିଲ ଆସିଛି ତାକୁ ସମ୍ପୂର୍ଣ ଛାଡ଼ କରିବା ସହ ତୁରନ୍ତ ସଙ୍ଗେ ସଙ୍ଗେ ଆଜି ବିଦ୍ୟୁତ କନେକ୍ସନ ଦିଆଯିବ ବୋଲି ଏସ ଡ଼ି ଓ କହିଥିଲେ |କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଦେଉଥିବା ବେଳେ ଅପାରଗ ରାଜ୍ୟ ସରକାର ଟଙ୍କା ହଡ଼ପ କରିବା ସହ ପ୍ରକୃତ ହିତାଧିକାରୀ ଙ୍କୁ ଯୋଜନା ର ଲାଭ ମିଳି ପାରୁନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି |ଅନାଦିପୁର ଗ୍ରାମ ପରିଦର୍ଶନ ରେ ଶ୍ରୀ ସାମଲ ଙ୍କ ସହ ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ସ୍ଥାନୀୟ ସରପଞ୍ଚ ଯୋଶବନ୍ତି ବେହେରା,ପ୍ରାକ୍ତନ ସମିତି ସଦସ୍ୟ ଚୈତନ୍ୟ ପ୍ରଧାନ,ଯୁବନେତା ତାପସ ସାହୁ,ଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |ସମସ୍ତ ଙ୍କ ଘରେ ମୋଦି ଙ୍କ ଯୋଜନା ଠିକ ଭାବେ ନ ପହଂଚି ଲେ ଆଗାମୀ ଦିନରେ ବିଜେପି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରିବ ବୋଲି ପ୍ରକାଶ |