Odisha news

ମୌଳିକ ଅଧିକାରୁ ବହୁ ଦୂରରେ ତାଳଚେର ମିଳୁନାହିଁ ସଠିକ୍ ପାନୀୟ ଜଳ ଓ ବିଦ୍ୟୁତ ସେବା

0

ତାଳଚେର,୧୪/୬: ସ୍ୱାଧିନନତାର ଦୀର୍ଘ ୭୦ବର୍ଷ ପରେ ମଧ୍ୟ ଆଜି ତାଳଚେର ସବୁକ୍ଷେତ୍ରରେ ଅବହେଳିତ ହୋଇ ପଡ଼ି ରହିଥିବା ଅଂଚଳବାସୀଙ୍କୁ ସତେ ଯେପରି ଅଣ ନିଶ୍ୱାସୀ କରିପକାଇଛି । ଅର୍ଥନୈତିକ ଦୃଷ୍ଟିରୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ତାଳଚେରରେ ପ୍ରତିଟି କ୍ଷେତ୍ରରେ ଅବହେଳିତ ହୋଇପଡ଼ିଛି । ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଗମନାଗମନ ଆଦି କ୍ଷେତ୍ରରେ ତାଳଚେର ଅଂଚଳ ସେହିପରି ଆଖି ଦୃଶିଣିଆ ବିକଶିତ ହୋଇପାରିନ ନାହିଁ । ଭାରତ ମାନଚିତ୍ରରେ ଆଜି ଖଣି ଖଦାନ ଓ ଶିଳ୍ପାନୁଷ୍ଠାନ ପାଇଁ ତାଳଚେର ଅଂଚଳଟି ବେଶ୍ ପରିଚିତ । ତାଳଚେର ଖଣିଖାଦାନ ଓ ଦ୍ରୁତ ଶିଳ୍ପାୟନ ନେଇ ଆଜି ଜଳ, ସ୍ଥଳ, ଆକାଶ ପ୍ରଦ୍ୟୁଷିତ ହୋଇ  ଅଂଚଳବାସୀ ଜନ୍ମଯନ୍ତ୍ରଣା ଭୋଗ କରୁଥିବା  ବେଳେ ମୌଳିକ ସେବାରୁ ଯଥା- ବିଦ୍ୟୁତ ଓ ପାନୀୟଜଳ ଯୋଗାଣରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଉଭୟ ରାଜ୍ୟ କେନ୍ଦ୍ର ସରକାର ତାଳଚେରରୁ କୋଟି କୋଟି ଟଙ୍କା ରାଜସ୍ୱ ଅକାରରେ ନେଉଥିବା ବେଳେ ସ୍ଥାନୀୟ ଅଂଚଳର ବିକାଶ ବଦଳରେ ବିନାଶ ହୋଇଚାଲିଛି । ଚିରୋସ୍ରୋତା ବ୍ରାହ୍ମଣୀ ନଦୀରେ ରେଙ୍ଗାଳୀ ବହୁମୁଖୀ ଯୋଜନା, ସମଲ ଆନିକଟ ଆଦି ନିର୍ମାଣ ହୋଇଛି । ତାଳଚେର ସହର ନିକଟରେ ନଦୀ ପ୍ରବାହିତ କିନ୍ତୁ ତାଳଚେରବାସୀ ଉପଯୁକ୍ତ ପାନୀୟଜଳ ପାଇବାକୁ ସଂଘର୍ଷ କରିଚାଲିଛନ୍ତି । କେଉଁଠି ଜଳ ଯୋଗାଣ କରିବାକୁ ନେଇ ଉନ୍ନତମାନର ଟ୍ୟାଙ୍କର ଯୋଗେ ଜଳଯୋଗାଣ କରିବା ପରିବର୍ତେ ଅସନାମସନା ଟାଙ୍କିରେ ଅଂଚଳବାସୀଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଥିବା ଅଭିଯୋଗ ହେଉଛି । ଏହି ଅସ୍ୱାସ୍ଥ୍ୟକର ଜଳକୁ ବ୍ୟବହାରକରି ଅଂଚଳବାସୀ ବିଭିନ୍ନ ରୋଗର ଶୀକାର ହୋଇଥାନ୍ତି ।

ଏବଂ ଏହି  ଜଳ ଯୋଗାଣ ଠିକାଦାରୀ କାର୍ଯ୍ୟରେ ବହୁଅର୍ଥ ହେରଫେର୍ ହେଉଥିବା ଅଭିଯୋଗ ହେଉଛି । ସରକାର ବିଶୁଦ୍ଧପାନୀୟ ଜଳ ଯୋଗାଣ ପାଇଁ  କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ତାଳଚେର ଅଂଚଳରେ ଆଜି ଅଂଳବାସୀ ଗରା, ବାଲଟି ଧରି ଉତ୍ସ ଗୁଡ଼ିକରେ ଲମ୍ବା ଲାଇନ୍ ଲଗାଇଥିବା ଦେଖାଦେଇଥାଏ । ଏପରିକି ତାଳଚେର ପୈାରାଂଚଳରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ପାନୀୟଜଳ ସାଜିଛି ଜହର ଓ ଅଂଚଳବାସୀ ଏଥିନେଇ ବିଭିନ୍ନ ରୋଗର ଶୀକାର ହେଉଥିବା କୁହାଯାଉଛି । ତାଳଚେର ଏବେ ତତଲା କଡ଼େଇରେ ଶିଝୁ ଥିବାବେଳେ ବିଦ୍ୟୁତର ଲୁଚକାଳି ଖେଳ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ତାଳଚେର ଅଂଚଳରେ ଦୁଇଟି କୋଇଲା ଭିତିକ ଓ ରେଙ୍ଗାଳୀ ଜଳବିଦ୍ୟୁତ୍ ପ୍ରକଳ୍ପରୁ ଉତ୍ପାଦନ ହେଉଥିବା ବିଦ୍ୟୁତ୍ ନିରଚ୍ଛନ୍ନଭାବେ ବାହାର ରାଜ୍ୟକୁ ଯୋଗାଇ ଆଲୋକିତ କରୁଥିବା ବେଳେ ଆଜି ତାଳଚେର ଅଂଚଳବାସୀ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାରୁ ବଂଚିତ ହୋଇ ତ୍ରାହିତ୍ରାହି ଡ଼ାକ ଦେଉଥିବା ଘଟଣା ଉଦବେଗ ଜନକ ବିଷୟ ହୋଇଛି । ସୂଚନା ଅନୁସାରେ ତାଳଚେର ଉପଖଣ୍ଡରୁ ୪ହଜାର ମେଗାୱାଟରୁ ଅଧିକ ବିଜୁଳି ଉତ୍ପାଦନ ହେଉଛି, ମାତ୍ର ଆଜି ଦୀପତଳ ଅନ୍ଧାର । ଯାହାକି ଲୋକ ପ୍ରତିନିଧି ଏବଂ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟ ପଟେ ଏମସିଏଲ କଥା ଯଦି ବିଚାରକୁ ନିଆଯାଏ, ତେବେ ଏହି କମ୍ପାନୀ ରେକର୍ଡ଼ ପରିମାଣରେ କୋଇଲା, ପରିବହନ କରି ପୁରସ୍କୃତ ହେଉଥିବା ବେଳେ କୋଇଲା ଖଣି ଗୁଡ଼ିକରେ ନିରବଚ୍ଛନ୍ନଭାବେ ବିଦ୍ୟୁତ୍ ସେବା ପାଇପାରୁଥିବା ବେଳେ ବିସ୍ଥାପିତ ଓ ପ୍ରଭାବିତ ଅଂଚଳ ପାଇଁ ସତେ ଯେପରି ଆଖି ବୁଜିଦେଇଥିବା ଅବସ୍ଥା ସୃଷ୍ଟି କରିଛି । ତାଳଚେରବାସୀ ଆଜି ଶାସକ ଦଳକୁ ଦୀର୍ଘ ୨୫ବର୍ଷ ହେବ ୱାର୍ଡ଼ମ୍ବେର ଠାରୁ ଆରମ୍ଭକରି ସରପଂଚ, ନାଏବ ସରପଂଚ ବିଧାୟକ ଏବଂ ସାଂସଦ ଆକୁଣ୍ଠଚିତରେ ଭୋଟଦେଇ ଜୟଯୁକ୍ତ କରାଇଥିବା ବେଳେ ସରକାର ସତେଯେପରି ତାଳଚେର ପାଇଁ ଆଖି ଖୋଲିବା ପରିବର୍ତେ ବୁଜିଦେଇଥିବା ଅବସ୍ଥା ଦେଖାଦେଇଛି ।

Leave A Reply