Odisha news

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଲେଗ ୱାକର ପ୍ରଦାନ କଲେ ସମାଜସେବୀ

0

ତାଳଚେର ତା ୩୦/୦୫ ଦୁର୍ଘଟଣାରେ ଆହତ ହୋଇ ଚଲାବୁଲା କରି ପାରୁନଥିବା ବ୍ୟକ୍ତିଙ୍କୁ ଲେଗ ୱାକର ପ୍ରଦାନ କରି ସହଯୋଗର ହାତ ବଢ଼ାଇଛନ୍ତି ଯୁବ ସମାଜସେବୀ ବିଭୁତି ସାହୁ । ସୂଚନା ଅନୁସାରେ ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଅନ୍ତର୍ଗତ ସାନତ୍ରିବିଡା ପଂଚାୟତର ଦାମ ପ୍ରଧାନଙ୍କ କିଛିଦିନ ହେବ ଏକ ଦୁର୍ଘଟଣା ଘଟି ଆହତ ହୋଇଥିଲେ । ଫଳରେ ସେ ଠିକ ଭାବରେ ଚଲାବୁଲା କରି ନପାରି ଘରେ ପଡି ରହିଥିଲେ । ସମାଜସେବୀ ତଥା ଯୁବନେତା ବିଭୁତି ସାହୁ ଏହି ଖବର ପାଇ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କ ନିକଟରେ ପହଁଚି ଗୋଟିଏ ଲେଗ ୱାକର ପ୍ରଦାନ କରିବାସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ଏହି ମହତ କାର୍ଯ୍ୟରେ ଅମର ନାଏକ, ଅଥାନି ନାଏକ, ବିଶ୍ୱଜିତ ସେଠି, ସିପୁନ ବେହେରା, ରାହୁଲ ସାହୁ, ସୁଦର୍ଶନ ବେହେରା,ଶିଖର ନାଏକ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।

Leave A Reply