Odisha news

ରଣପୁର ରେ ପଥର ଖଣି ଲିଜ ଧାରୀଙ୍କ ଘର ଉପରେ ସେଣ୍ଟ୍ରାଲ ଜି.ଏସ.ଟି ଟିମ ର ଚଢ଼ଉ

0

ରଣପୁର…… ନୟାଗଡ ଜିଲ୍ଲା ରଣପୁର ତହସିଲ ଅଞ୍ଚଳ ର ମାଙ୍କଡ଼ ପଥର ଖଣି ଲିଜ ଧାରୀ ଙ୍କ ଘର ଉପରେ ଭୁବନେଶ୍ୱର ସେଣ୍ଟ୍ରାଲ ଜୀ. ଏସ. ଟି ଟିମ   ର ଚଢ଼ାଉ ହୋଇଥିବା ଜଣାପଡିଛି. ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ଏଗାର ଘଂଟିକା ସମୟରେ ଭୁବନେଶ୍ୱର  ସେଣ୍ଟ୍ରାଲ ଜୀ. ଏସ. ଟି  ଟିମ ର ଗୋଟିଏ ଦଳ ରଣପୁର ତହସିଲ ଅଫିସ ପହଞ୍ଚି ବେଆଇନି ପଥର  ଖଣି ନିଲାମ ନେଇ ଏନ. ଜୀ. ଟି ମାମଲା ନେଇ ହୋଇଥିବା ପଥର ଖଣି ଲିଜ ଧାରୀ ଙ୍କ ତଥ୍ୟ ହାସଲ କରିବା ସହ ସେହି ସମ୍ଭଧିତ  ଫାଇଲି ତନଖି କରି ରିପୋଟ ମାଗିଥିଲେ ପରେ ଏହି ସେଣ୍ଟ୍ରାଲ ଜୀ.ଏସ. ଟି ଟିମ ର ଗୋଟିଏ ଦଳ ଏନ. ଜୀ.ଟି ରେ ମାମଲା ଥିବା ବେଆଇନି  ମାଙ୍କଡ ଖଣି ଲିଜ ଧାରୀ ସୁଶାନ୍ତ କୁମାର ବରାଡ଼ ଙ୍କ   ଚମ୍ପାଗଡ଼ ପଞ୍ଚାୟତ ଅଧିନସ୍ଥ ଶ୍ରୀକୃଷ୍ଣପୁର ଗ୍ରାମ ସ୍ଥିତ  ଘର ଉପରେ ଚଢ଼ାଉ କରିଥିଲେ ସେତେବେଳ ସୁଶାନ୍ତ ଘରେ ନଥିବା ବେଳେ ଜୀ.ଏସ.ଟି ଟିମ ର ସଦସ୍ୟ ତାଙ୍କ ଘର ଲୋକ ଙ୍କୁ ପଚାର ଉଚରା କରି ଫେରିଥିବା ଜଣାପଡିଛି. ତେବେ ଏନେଇ ରଣପୁର  ତହସିଲ ଦାର ଇପ୍ସିତ ସାହୁ ଙ୍କୁ ଫୋନ ଯୋଗେ  ଯୋଗ ଯୋଗ କରିବାରୁ ସେ  ଛୁଟିରେ ଥିବା ନେଇ ପ୍ରକାଶ କରିବା ସହିତ ସେଣ୍ଟ୍ରାଲ ଜୀ.ଏସ. ଟି ଅଫିସ ଆସିବା ନେଇ କହିବା ସହିତ ଏନ. ଜୀ. ଟି ରେ ମାମଲା ହୋଇଥିବା ଖଣି ଲିଜଧାରୀ ଙ୍କ ତଥ୍ୟ ସମ୍ପର୍କ ରେ ତଥ୍ୟ ମାଗିଥିଲେ ବୋଲି ସୂଚନା ଦେବା ସହ ଆଗାମୀ ସାତ ଦିନ ଭିତରେ ସମସ୍ତ ତଥ୍ୟ ସେ ସେଣ୍ଟ୍ରାଲ ଜୀ. ଏସ. ଟି ଦେବାକୁ କହିଥିବା  ସୂଚନା ପ୍ରଦାନ କରିଛନ୍ତି

Leave A Reply