Odisha news

ତାଳଚେରରେ ପ୍ରଚଣ୍ଡ ଖରା ଅସହୟ ଗୁଳୁଗୁଳି ଉତ୍କଟ ଜଳ ସଙ୍କଟ ସାଙ୍ଗକୁ ଘନଘନ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଜନଅସନ୍ତୋଷ

0

ତାଳଚେର,୨୫/୫ ତାଳଚେର ଭଳି ଏକ ଅଂଚଳରେ ଦୀର୍ଘବର୍ଷ ବ୍ୟାପି କ୍ରମାଗତଭାବେ ଗ୍ରୀଷ୍ମଋତୁରେ ପ୍ରଚଣ୍ଡଖରା, ଅସହୟ ଗୁଳୁଗୁଳି, ଉତ୍କଟଜଳସଙ୍କଟ ସାଙ୍ଗକୁ ଘନଘନ ବିଦ୍ୟୁତ୍ ବିଭ୍ରାଟ ଅଂଚଳବାସୀଙ୍କ ଜନଜୀବନକୁ ଅସ୍ତବ୍ୟସ୍ କରିପକାଉଥିବା ଘଟଣାରେ ବର୍ତମାନ ସୁଦ୍ଧା ସେପରି କୌଣସି ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଇନଥିବା ଉଦବେଗ ଜନକ ଅବସ୍ଥା ସୃଷ୍ଟି କରିଛି । ଶିଲ୍ପନଗରୀ ତାଳଚେର ଅଂଚଳରେ ଏକାଧିକ ଗଭୀର କୋଇଲା ଖଣି ଓ କୋଇଲାକୁ ନେଇ ଗଢ଼ି ଉଠିଥିବା ଏକାଧିକ ବିଦ୍ୟୁତ୍ ଉତ୍ପାଦନ କାରଖାନା ସାଙ୍ଗକୁ ଅନେକ ଗୁଡ଼ିଏ ଛୋଟବଡ଼ ଶିଳ୍ପାୟାନ ଗୁଡ଼ିକ ମୁଣ୍ଡ ଟେକିଛି । ଏଥିନେଇ ହଜାର ହଜାର ଏକର ଜଙ୍ଗଲଜମି, ଜଳାଶ୍ରୟ, ଚାଷଜମି ବିଲୋପ ଘଟି ଶିଳ୍ପାୟାନ ଅଗ୍ରଗତିର ପ୍ରତିଫଳନରେ ଆଜି ପ୍ରଚଣ୍ଡରୌଦ୍ରତାପ ସାଙ୍ଗକୁ ଅସହୟ ଗୁଳୁଗୁଳି ସହ ଜଳକଷ୍ଟ ଉତ୍କଟ ରୁପ ଧାରଣ କରିଛି । ତାଳଚେର ଭଳି ଏକ ଅଂଚଳରେ ସାଧାରଣତଃ ଭାବେ ବର୍ଷର ୮ମାସ ଜଳକଷ୍ଟ ଲାଗି ରହିଥିବା ବେଳେ ଅନ୍ୟମାସ ଗୁଡ଼ିକରେ ସାମାନ୍ୟ ଶୀତ ଓ ବର୍ଷା ଦେଖା ଦେଇଥାଏ । ଫଳରେ କୂଅ, ପୋଖରୀ ଓ ଜଳାଶ୍ରୟ ଗୁଡ଼ିକ ଶୁଖିଲା ପଡ଼ିଯିବାରୁ ଅଂଚଳବାସୀ ପାଣିଟୋପାଏ ପାଇଁ ଡ଼ହକବିକଳ ଅବସ୍ଥାର ସମ୍ମୁଖୀନ ହୋଇଥାନ୍ତି । ଶିଳ୍ପନଗରୀ ତାଳଚେର ଅଂଚଳରୁ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର କୋଟିକୋଟି ଟଙ୍କା ରାଜସ୍ୱ ଆକାରରେ ନେଇ ଚାଲିଥିବା ବେଳେ ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟା ପ୍ରତି ସେପରି କୌଣସି ଆଖି ଦୃଶିଣିଆ ସମାଧାନ କରିଥିବା ବ୍ୟବସ୍ଥା କୌଣସି ଠାରେ ଦେଖିବାକୁ ମିଳିନାହିଁ । ଏସବୁ ସମସ୍ୟା ଗୁଡ଼ିକ ପ୍ରତି ସମାଧାନ କରିବା ତ ଦୂରର କଥା ତାଳଚେର ଭଳି ଏକ ଅଂଚଳରେ ୨ଟି କୋଇଲା ଚାଳିତ ବୃହତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଓ ଗୋଟିଏ ରେଙ୍ଗାଳୀ ବନ୍ଧ ଜଳପ୍ରପାତ ବିଦ୍ୟୁତ୍ କେନ୍ଦ୍ର ଯୋଜନା ରହିଛି । ଏବଂ ଓଡ଼ିଶା କାହିଁକି ବାହାର ରାଜ୍ୟକୁ ରପ୍ତାନୀ କରି ଚାଲିଥିବା ଓ ତାଳଚେର ଭଳି ଅଂଚଳରେ ଅପରିର୍ଯ୍ୟାପ୍ତ କୋଇଲା ଓ ବ୍ରାହ୍ମଣୀଦୀରେ ଜଳ ଗଚ୍ଛିତ ହୋଇ ରହିଥିଲ ମଧ୍ୟ କାହିଁକି ଯେ, ତାଳଚେରରେ ଘନଘନ ବିଦ୍ୟୁତ୍ ବିଭ୍ରାଟ ଓ ଅଘୋଷିତ ବିଦ୍ୟୁତ୍ କାଟ ଘଟି ଚାଲିଥିବା ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥାଏ । ହେଲେ ଏହାର କୌଣସି ସୁଫଳ ମିଳିବା ପରିବର୍ତେ ବିଦ୍ୟୁତ୍ ବିଭ୍ରାଟ ଏକ ନିତିଦିନିଆ ଘଟଣାରେ ପଂହଚିଥିବା ଘଟଣାକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କେହି ହେଲେ ସାମାନ୍ୟତମ ଦୃଷ୍ଟି ଦେଉନଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି ।

Leave A Reply