ବ୍ରହ୍ମପୁର ତା ୨୫।୫.ଗୋସାଣିନୂଆଁଗାଁ ସ୍ଥିତ ଶ୍ରୀ ଶ୍ରୀ ମା କାଳୁଆ ଦେବୀଙ୍କ ଅଷ୍ଟଧାତୁ ନବନିର୍ମିତ ବିଗ୍ରହ ଓ ଦେବୀ ପ୍ରାସାଦ ଜୀର୍ଣ୍ଣୋଧାର ପ୍ରତିଷ୍ଠା ଅସ୍ଥବ ଅବସରରେ ଆଜି ଜଳଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଜି ଗୁରୁବାର ଠାରୁ ଆରମ୍ଭ ହୋଇ ଆସନ୍ତା ୨୯ ତାରିଖରେ ଶେଷ ହେବ। ଆଜି ପ୍ରଥମ ଦିନ ଅବସରରେ ଜଳଯାତ୍ରା, ଦୀକ୍ଷା ଗ୍ରହଣ, ଅଙ୍କୁରାରୋପଣ,ନାମଯଜ୍ଞାଧିବାସ,ମଣ୍ ଡଳୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ସକାଳ ପ୍ରାୟ ୯ଟାରେ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ମହିଳା ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ମୁଣ୍ଡ ରେ କଳଷ ଧରି ନିକଟସ୍ଥ ପୋଖରୀ ରୁ ପୂଜା ଅର୍ଚ୍ଚନା କରି ଧୂପ ଦୀପ ନୈବେଦ୍ୟ ସମର୍ପଣ କରି ସୁଧ ଜଳ ଧରି ମାଙ୍କ ମନ୍ଦିର ଯଜ୍ଞ ସାଳାରେ ପହଞ୍ଚି ଥିଲେ। ମୁଖ୍ୟ ପୁରୋହିତ ଅଶୋକ କୁମାର ପାଢୀ ଙ୍କ ସମେତ ବହୁ ପୁରୋହିତ ଓ ମନ୍ଦିର ର କର୍ମକର୍ତ୍ତା ଙ୍କ ସମେତ ବହୁ ଅଞ୍ଚଳ ବାସୀ ଙ୍କ ସମେତ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ ଓ ମେୟର ଇ. ବିବେକ ରେଡ୍ଡୀ ଓ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ଓ ବହୁ ସଦସ୍ୟ ଉପସ୍ଥିତ ଥିଲେ।