Odisha news

ତାଳଚେର କୋଲମ୍ୟୁଜିୟମ ନିର୍ମାଣ କାର୍ଯ୍ୟ ସରିବ କେବେ?

0

ତାଳଚେର ତା ୧୯/୦୫ ତାଳଚେର ସହରର ଉନ୍ନତି କରଣ ଯୋଜନା ଅନ୍ତର୍ଗତ କୋଇଲା ସଂଗ୍ରାହଳୟ, ଅତ୍ୟାଧୁନିକ ପାଠାଗାର ଏବଂ ଜ୍ଞାନକେନ୍ଦ୍ରର ନିର୍ମାଣ ଭୂମିପୂଜନ ଉତ୍ସବ ତା ୧୦/୦୯/୨୦୨୧ରିଖରେ ତାଳଚେର ଟାଉନ ବସଷ୍ଟାଣ୍ଡ ନିକଟରେ ଏକ ବିସ୍ତିର୍ଣ୍ଣ ଅଂଚଳରେ ମୁଖ୍ୟ ଅତିଥି ତାଳଚେର ମାଟିର ସୁଯୋଗ୍ୟ ସନ୍ତାନ ତଥା ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଓ ଅନ୍ୟତମ ଅତିଥି ତାଳଚେର ଲୋକପ୍ରିୟ ନେତା ବିଧାୟକ ବ୍ରଜକିଶୋର ପ୍ରଧାନ ଓ କୁହାଯାଉଥିବା ତାଳଚେର ଉତମ ପ୍ରଶାସକ ତଥା ତାଳଚେର ଉପଜିଲ୍ଳାପାଳ ବିଶ୍ୱରଞ୍ଜନ ରଥ ପ୍ରମୁଖ ଏହାର ଭିତିପ୍ରସ୍ତର ସ୍ଥାପନ ଓ ଭୂମିପୂଜନ କରିଥିଲେ । ଭିତିପ୍ରସ୍ତର ଠାରୁ ଅଦ୍ୟାବଧି ୨ବର୍ଷ ପୁରିବାକୁ ବସିଥିଲେ ମଧ୍ୟ ଏହି ତାଳଚେର କୋଲମ୍ୟୁଜିୟମର ନିର୍ମାଣ କାର୍ଯ୍ୟ ଯେଉଁଭଳି ଭାବେ କଚ୍ଛପ ଗତିରେ କାର୍ଯ୍ୟ ଚାଲୁଛି ଏହାର ନିର୍ମାଣ କାର୍ଯ୍ୟ କେତେ ବର୍ଷ ଲାଗିବ ତାହା ଆଗାମୀ ଦିନରେ ସମୟ ହିଁ କହିବ ।
ତାଳଚେର ଅଂଚଳରେ ବର୍ତମାନ ସୁଦ୍ଧା ଭୂତଳ ଓ ଖୋଲା ପୋଖରୀଆ କୋଇଲା ଖଣି ୧୦ଟି ରହିଥିବା ବେଳେ ଏଥିରୁ ହଜାର ହଜାର କୋଟିଟଙ୍କା ରାଜସ୍ୱ ଉଭୟ ସରକାର ନେଇଥାନ୍ତି । ଏହି ଖଣିଖାଦାନ ପାଇଁ ଲୋକେ ଘରଦ୍ୱାରା ଜମିବାଡ଼ି ହରାଇ ବିସ୍ଥାପିତ ହୋଇଥାନ୍ତି ଏଥି ମଧ୍ୟରୁ କେହି ଆରପୁର ଚାଲିଯାଇଥିବା ବେଳେ ଆଉ କେହି ପ୍ରଦ୍ୟୁଷଣରେ ଜର୍ଜରିତ ହୋଇ ଜୀବନ ସହ ସଂଗ୍ରାମ ଚଳାଇଛନ୍ତି । ତାଳଚେରର ଭୌଗଳିକ ପରିସ୍ଥିତି, ଇତିହାସ ଓ କୋଇଲା ଖଣିର ସର୍ବିଶେଷ ତଥ୍ୟ ପରବର୍ତି ପିଢ଼ୀଙ୍କ ଉଦ୍ଦେଶ୍ୟରେ ଏହି ମ୍ୟୁଜିୟମରେ ସଂରକ୍ଷିତ ରଖାଯିବା ନେଇ ଏହାର ମୁଖ୍ୟଲକ୍ଷ୍ୟ ରହିଛି । ଏଥିନେଇ ଆବଶ୍ୟକ ଅର୍ଥ ଜିଲ୍ଳା ଖଣିଜପାଣ୍ଠିରୁ ଖର୍ଚ୍ଚ କରାଯିବ ବୋଲି କୁହାଯାଉଛି । ମାତ୍ର ପରିତାପର ବିଷୟ ଅନୁଗୋଳ ଜିଲ୍ଳାରେ କୋଲମ୍ୟୁଜିୟମ ନିର୍ମାଣ ସରି କୁଆଡ଼େ ବିଦ୍ୟୁତ୍‌ବିଲ୍ ୪ଲକ୍ଷ ଟଙ୍କା ଆସିଥିବା ବେଳେ ତାଳଚେରରେ ଏହାର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସରିପାରି ନାହିଁ । ତାଳଚେର ରାଜନେତା ଅନୁଗୋଳ ଏହି ମ୍ୟୁଜିୟମକୁ ଫିତା କାଟୁଥିବା ବେଳେ ତାଳଚେର ଅଂଚଳରେ ନୂତନଭାବେ ଗଢ଼ି ଉଠିଥିବା କୋଲମ୍ୟୁଜିୟମ ସରିବା କେବେ ଓ ଏହାର ଶୁଭଉଦଘାଟନ ହେବ କେବେ ନେଇ ତାଳଚେର ଅଂଚଳରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଦେଶର ପ୍ରଗତି ପାଇଁ ତାଳଚେର ତାର ଅସ୍ତିତିତ୍ୱ ହରାଇ ଦେଶକୁ ବିକଶିତ କରୁଥିବା ବେଳେ ଆଜି ତାଳଚେରର ଦୀପତଳ ଅନ୍ଧାର ସଦୃଶ୍ୟ ହୋଇଛି ଏହାକୁ ସବୁକ୍ଷେତ୍ରରେ ଅଣଦେଖା କରାଯାଉଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି ।

Leave A Reply