ଚଳିତ ମାସ ତା ୦୫/୦୫ ରିଖ ଦିନ ୧୪ତମ ଟାଇକୋଣ୍ଡା କଲରବେଲ୍ଟ ପରୀକ୍ଷା ତାଳଚେର ସ୍ଥିତ ଜଗନ୍ନାଥ କଳା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପରୀକ୍ଷାରେ ଅନୁଗୁଳ ଜିଲ୍ଲାର ୯ଟି କ୍ଳବ ମଧ୍ୟରୁ ତାଳଚେର ଟାଇକୋଣ୍ଡା ଏକାଡମି, ଇକୋ ରେଳୱ ଟାଇକୋଣ୍ଡା ଏକାଡେମୀ, କମା‘ ଟାଇକୋଣ୍ଡା ଏକାଡେମୀ ଓ ଏକ ଲବ୍ୟ ମାର୍ସଲ ଆର୍ଟ ଟାଇକୋଣ୍ଡା ଏକାଡେମି ଭାଗ ନେଇଥିଲେ । ଏହିପରୀକ୍ଷା ଶିବିରରେ ୭୦ରୁ ଉର୍ଦ୍ଧ୍ୱ ଖେଳାଳି ବିଭିନ୍ନ ରଙ୍ଗର ବେଲ୍ଟ ପରୀକ୍ଷା ଦେଇ ଥିଲେ । ଏହି ପରୀକ୍ଷାରେ ହଲଦିଆ ବେଲ୍ଟ ୧୦ଜଣ, ସବୁଜ ବେଲ୍ଟ ୧୦ ଜଣ, , ସବୁଜଏକ ବେଲ୍ଟ ୧୦ ଜଣ, ନୀଳ ବେଲ୍ଟ ୧୦ ଜଣ, , ନୀଳ ଏକ ବେଲ୍ଟ ୧୦ ଜଣ, ରେଡ୍ ବେଲ୍ଟ ୧୦, ରେଡ୍ ଏକ ବେଲ୍ଟ ୧୦ ଜଣ, କଳା ବେଲ୍ଟ ୨ ଜଣରେ ଉର୍ତିନ୍ନ ହୋଇଛନ୍ତି । ଏହି ପରୀକ୍ଷା ରେ ଏମ.ସି.ଲ ଜଗନ୍ନାଥ ପରଶୋନାଲ ମ୍ୟାନେଜର ଉଦିତ୍ କୁମାର ଟୋନି ଅତିଥିଭାବେ ଯୋଗଦେଇ ଖେଳାଳୀଙ୍କର ଉଜ୍ୱଳ ଭବିଷ୍ୟତ କାମନା ଓ ଅନୁଗୁଳ ଜିଲ୍ଲା ଟାଇକୋଣ୍ଡାକୁ ଉତିନ୍ନ କରୁଥିବା କୋଚଙ୍କ ମଙ୍ଗଳ କମନା କରିବା ସହିତ ଧନ୍ୟବାଦ ଜଣାଇଥିଲେ । ଏହି କାଯ୍ୟକ୍ରମରେ ସଞ୍ଜୟ କୁମାର ମଲ୍ଲିକ ସହାଯ୍ୟ ସହଯୋଗର ହାତ ବଢ଼ାଇଥିଲେ । ଉକ୍ତ ପରୀକ୍ଷା ଅନୁଗୋଳ ଜିଲ୍ଲା ଟାଇକୋଣ୍ଡା ସଂଘ ସମ୍ପାଦକ ପ୍ରମୋଦ କୁମାର ପ୍ରଧାନଙ୍କ ତତ୍ୱର୍ାବଧାନରେ ଓଡିଶା ଟାଇକୋଣ୍ଡା ଆସୋସିଏସନ ର ସାଧାରଣ ସମ୍ପାଦକ ତଥା କୈଶଳ ଶିକ୍ଷା ନିର୍ଦ୍ଦେଶକ ୫ମ ବ୍ଲାକ ବେଲ୍ଟ ମନମୋହନ ଭଞ୍ଜ ଉନ୍ନତ ଧରଣର ପରୀକ୍ଷା ନେଇଥିଲେ । ଏହି ପରୀକ୍ଷାରେ ଅନୁଗୁଳ ଜିଲ୍ଲା ସମସ୍ତ କୋଚ୍ ଯଥା ଶୁଶାନ୍ତ ପ୍ରଧାନ, ପ୍ରଦୀପ କୁମର ମହାପାତ୍ର, ଶରତ ଚନ୍ଦ୍ର ନାୟକ ଓ ରାକେଶ ମହାପାତ୍ର ଉପସ୍ଥିତ ରହି ସହଯୋଗ କରି ଥିଲେ । ଜିଲ୍ଲା ସଂଘ ର ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।