ତାଳଚେର ତା ୦୫/୦୫ ତାଳଚେରକୁ ଜିଲ୍ଲା ଘୋଷଣା ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସହରାଚଂଳରେ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ, ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଆଜକୁ ୧୫୧ ଦିନରେ ପହଂଚିଛି । ପାଲଲହଡା ଓ ପରଜଙ୍ଗ ଅଂଚଳକୁ ମିଶାଇ ତାଳଚେରକୁ ଜିଲ୍ଲା ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ବହୁବାର ଅନୁରୋଧ କରାଯାଇଛି । ଅଂଚଳବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିଶୃତି ଅନୁଯାୟୀ ତାଳଚେରକୁ ୩୧ ନଂ ଜିଲ୍ଲା ଭାବେ ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି କମିଟି ପକ୍ଷରୁ କୁହାଯାଇଛି । ସର୍ବାଧିକ ରାଜସ୍ୱ ଦେଉଥିବା ତାଳଚେର ପ୍ରତି ସରକାର ଅବହେଳା ନକରନ୍ତୁ ବୋଲି କୁହାଯାଇଛି ।
ତାଳଚେର ଜିଲ୍ଲା ହେଲେ ପାଲଲହଡା ଏବଂ ପରଜଙ୍ଗ ଅଂଚଳକୁ ଦୂରତ୍ୱ କମିଯିବ ଏବଂ କାର୍ଯ୍ୟ ସମାପ୍ତ ପରେ ଅଧିବାସୀମାନେ ନିଜ ଘରକୁ ଫେରି ପାରିବେ । ତାଳଚେର ଏକ ଶିଳ୍ପାଚଂଳ ହୋଇଥିବାରୁ ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ଉଦ୍ୟୋଗ ଗଢ଼ି ଉଠିଛି । ଜିଲ୍ଲା ହେଲେ କୋଇଲା ଖଣିର ବିସ୍ଥାପିତ ଜମିହରା ପ୍ରଜାଙ୍କ ସମସ୍ୟା ସହ ଅନ୍ୟାନ୍ୟ ସମସ୍ୟା ଗୁଡିକ ଏଠାରେ ସମାଧାନ ହୋଇ ପାରିବ । ଏହି ଉପଲକ୍ଷେ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କମିଟିର ସଦସ୍ୟ/ସଦସ୍ୟାମାନେ ପ୍ଲାକାର୍ଡ ଧରି ତାଳଚେର ଜିଲ୍ଲା ଆମର ଦାବୀ ସରକାର ତୁରନ୍ତ ଘୋଷଣା କରନ୍ତୁ ବୋଲି ସ୍ଳୋଗାନ ମାନ ଦେଇ ଶୋଭଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଏହି ଶୋଭଯାତ୍ରାରେ କ୍ରିୟାନୁଷ୍ଠାନ କମିଟିର ଚୈତନ୍ୟ ପ୍ରଧାନ, ପଦ୍ମ ଚରଣ ସାମଲ, ବଳରାମ କୁଣ୍ଡ, ଚିନ୍ତାମଣି ମହାପାତ୍ର, ବିଜୟ ମିଶ୍ର, କେଶବ ଭୂତିଆ, ନିଲମ୍ ଲାଲ୍, ସୁସ୍ମିତା ବିଶ୍ୱାଳ, ଅଭୟ ପାଣି, ପ୍ରେମାନନ୍ଦ ମହାନ୍ତି, ପ୍ରଫୁଲ ନାଏକ, ଜିତେନ୍ଦ୍ର ଦାସ, ରାହାସ ଜେନା, ଅମୀୟ ମହାନ୍ତି, ପ୍ରକାଶ ସାହୁ, ଗଗନ ଦାସ, ବିଭୁତି ସାହୁ, ସୁନିଲ୍ ବିଶ୍ୱାଳ, ନରେନ୍ ସିଂହ, ଡିଲେଶ୍ୱର ବେହେରା, ରଙ୍ଗାଧର ନାହାକ, ଆଦିତ୍ୟ ଦାସ, ସୋଭାଗିନୀ ଦାସ, ଲୋକନାଥ ସାହୁ, ବଜରଙ୍ଗ ଅଗ୍ରୱାଲା, ବିରେନ୍ଦ୍ର ଖଣ୍ଡୁଆଳ, ସୁକାନ୍ତ ଦାସ, ସଂଗ୍ରାମ କେଶରୀ କୁଅଁର, ଜମ୍ବେଶ୍ୱର ପଟ୍ଟନାୟକ, ଶ୍ରୀକାନ୍ତ ନାଏକ, ବିନୋଦ ଲାଲ୍, ସନ୍ତୋଷ ମହାପାତ୍ରଙ୍କ ସମେତ ବହୁ ସାମିଲ ଥିଲେ ।