ତାଳଚେର ତା ୦୬/୦୪ ଆଜି ସକାଳୁ ଓଆଏସଏଫ ଟିମ୍ ତାଳଚେର ଟାଉନ୍ ଥାନା ଅନ୍ତର୍ଗତ ଲିଙ୍ଗରାଜ କୋଲକରିଡ଼ର ରାସ୍ତାରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ତାଳବଡ଼ା ପିତାବଳୀ ପଡ଼ିଆ ଠାରେ ଏକ ହାଇୱା ନଂ- ଓଡ଼ି ୦୯-ଜି ୭୧୬୫କୁ ଦେଖିବାକୁ ପାଇଥିଲେ । ତତ୍କ୍ଷଣାତ୍ ସମ୍ପୃକ୍ତ ସୁରକ୍ଷା କର୍ମଚାରୀମାନେ ହାଇୱା ଗାଡ଼ିକୁ ସନ୍ଦେହ କରି ହାଇୱା ନିକଟକୁ ଯାଉଥିବା ବେଳେ ଉକ୍ତ ହାଇୱା ଚଳାକ ଖୁବ୍ ଦ୍ରୁତଗତିରେ ହାଇୱାକୁ ନେଇ ସେଠାରୁ ପଳାଇ ଯାଉଥିଲା ଏହି ସମୟରେ ଓଆଇଏସଏଫ ଟିମ୍ ଏହି ହାଇୱାକୁ ପିଛାକରି ସେହି ତାଳବଡ଼ା ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଧରିବାରେ ସକ୍ଷମ ହୋଇଥିଲେ । ମାତ୍ର ଚାଳକ ଓ ସମ୍ପୃକ୍ତ ମାଫିଆ ଚତୁରତା ସହ ଓଆଇଏସଏଫ ଟିମ୍କୁ ଚକମା ଦେଖାଇ ଜଙ୍ଗଲକୁ ପଳାଇ ଯାଇଥିଲା । ଉକ୍ତ ଟିମ୍ କୌଣସି ଉପାୟ ନପାଇ ହାଇୱାଟିକୁ ଜବତ କରିଥିବା ଜଣାପଡ଼ିଛି । ତେବେ ଏସମ୍ପର୍କରେ ଓଆଇଏସଏଫ ଟିମ୍ ପଚାରିବାରୁ କୋଇଲା ବୋଝେଇ ହାଇୱା ଜବତ କରିଥିବାସେ ପ୍ରକାଶ କରିଥିଲେ । ତେବେ ଖଣିରୁ ସିଧାସଳଖ କୋଇଲା ମାଫିଆମାନେ ଅସାଧୁକର୍ମଚାରୀ ହସ୍ତଗତ କରି ହାଇୱା ଓ ଟ୍ରକ ଯୋଗେ ଟ୍ରିପ୍ଟ୍ରିପ୍ ଚୋରା କୋଇଲା ବାହାରକୁ ରପ୍ତାନୀ କରି ମାଲାମାଲ୍ ହେଉଥିବା ବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏଥିନେଇ କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା କୁହାଯାଉଛି ।