ତାଳଚେର:-ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ଦାବୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଆଜି ୧୦୦ ଦିନରେ ପହଂଚିଛି । ୧୯୯୩ ମସିହାରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଳଚେର ଠାରେ ଘୋଷଣା କରିଥିଲେ ଯେ, ଯେତେବେଳେ ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ରାଜ୍ୟ ସରକାର କରିବେ ସେତେବେଳେ ୩୧ ନଂ ଜିଲ୍ଲା ଭାବେ ତାଳଚେର ଘୋଷଣା କରାଯିବ । ବର୍ତମାନ ରାଜ୍ୟ ସରକାର ନୂତନ ଜିଲ୍ଲା ଘୋଷଣା କରିବା ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତାଳଚେରବାସୀଙ୍କ ଦୀର୍ଘ ଦିନର ଦାବୀକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତିଶୃତିକୁ ରକ୍ଷା କରନ୍ତୁ । ତାଳଚେର-ପାଲଲହଡା ଓ ପରଜଙ୍ଗ ଅଂଚଳକୁ ନେଇ ସ୍ୱତନ୍ତ୍ର ତାଳଚେର ଜିଲ୍ଲା ଘୋଷଣା ଦାବୀ ଜୋର ଧରିଛି । ହଜାର ହଜାର କୋଟି ଟଙ୍କା ତାଳଚେରରୁ ରାଜ୍ୟ ଓ କେନ୍ଦ୍ର ସରକାର ଅଧିକ ରାଜସ୍ୱ ପାଉଥିବାବେଳେ ଏ ଅଂଚଳର ଠିକ୍ ଭାବେ ଉନ୍ନତି ହୋଇପାରି ନାହିଁ । ଖଣି ଓ କଳକାରଖାନା ଯୋଗୁଁ ଏଠାରେ ସବୁବେଳେ ଆଇନ୍ କାନୁନ୍ ପରିସ୍ଥିତି ସୃଷ୍ଟି ହେଉଛି । ପାଲଲହଡା ଓ ପରଜଙ୍ଗ ଅଂଚଳର ଜିଲ୍ଲା କାର୍ଯ୍ୟାଳୟ ଅଧିକ ଦୂରତ୍ୱ ହୋଇଥିବାରୁ ଅଂଚଳବାସୀ ସଠିକ୍ ଭାବରେ ପ୍ରଶାସନିକ ସେବା ପାଇ ପାରୁ ନାହାନ୍ତି ଓ ଅଂଚଳର ଆଶାନୁରୁପ ଉନ୍ନତି ହୋଇପାରି ନାହିଁ । ଶହେ ଦିନର ଶାନ୍ତିପୂର୍ଣ୍ଣ ଧାରଣା ଅବସରରେ ଆଜି ଅପରାହ୍ନରେ ଏକ ଶୋଭାଯାତ୍ରାରେ ହାଟତୋଟା ଅଂଚଳ ପରିକ୍ରମା କରାଯାଇଥିଲା । ଆଜିର ଗଣଧାରଣା ଓ ଶୋଭାଯାତ୍ରାରେ ଚୈତନ୍ୟ ପ୍ରଧାନ, ପଦ୍ମଚରଣ ସାମଲ, ଅଭୟ ପାଣି, ବିନୋଦ୍ ଲାଲ୍, ସଂଜୀବ ନାଏକ, ପ୍ରଫୁଲ ନାଏକ, ବାଉରୀବନ୍ଧୁ ବେଜ, ସୁକାନ୍ତ ଦାସ, ବଳରାମ କୁଣ୍ଡ, କେଶବ ଭୂତିଆ, ରଂଜିତ୍ କୁମାର ମହାପାତ୍ର, ରାଜଲକ୍ଷ୍ମୀ ଜେନା, ମୌନାବତୀ ନାହାକ, ଶୋଭାଗିନୀ ଦେବୀ, ସ୍ୱର୍ଣ୍ଣଲତା ଶ୍ରୀବାସ୍ତବ, କାଂଚନବାଳା ମଲ୍ଲିକ୍, ନିଲମ୍ ଲାଲ୍, ରଂଜିତ୍ ନାଏକ, ଅର୍ଜୁନ ଭୂତିଆ, ଉଚ୍ଛନ୍ନ ପଟ୍ଟନାୟକ, ପଦ୍ମନ ଜେନା, ବିଜୟ ମହାଣରା, ଜିତେନ୍ଦ୍ର ଦାସ, ହରେକୃଷ୍ଣ ମହାପାତ୍ର, ପ୍ରଦୀପ ମହାରଣା, ଗଗନ ଦାସ, ଚିନ୍ତାମଣି ମହାପାତ୍ର, ଅକ୍ଷୟ ଗଡନାୟକ, ବିରେନ୍ଦ୍ର ଖଣ୍ଡୁଆଳ, ବିଭୁତି ସାହୁ, ଭୂପେନ ଥମ୍ବ, ହରିହର ଦାସ, ସଂଗ୍ରାମୀ କେଶରୀ କୁଅଁରଙ୍କ ସମେତ ଶତାଧିକ ଅଂଚଳବାସୀ ଧାରଣାରେ ସାମିଲ୍ ହୋଇଛନ୍ତି ।