Odisha news

ତାଳଚେର ଭଲିବଲ୍ ଦଳକୁ ବ୍ଲକ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କଲେ ବିଡିଓ

0

ତାଳଚେର:-ତାଳଚେର ବ୍ଲକ କାର୍ଯ୍ୟାଳୟ ଠାରେ ଭଲିବଲ୍ ଦଳକୁ ସମ୍ବର୍ଦ୍ଧିତ କଲେ ବିଡିଓ ମାଧବ ପାଣିଗ୍ରାହୀ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଇଂଟରନେସ୍‌ନାଲ୍ ଫେଡେରସନ୍ ହକି ବିଶ୍ୱ କପ୍ ୨୦୨୩ ର ସଚେତନତାକୁ ନେଇ ଜିଲ୍ଲା ସ୍ତରରେ ଏକ ଶୀତକାଳୀନ ଖେଳ ଆୟୋଜନ ହୋଇଥିଲା । ଗତକାଲି ଏହାର ଫାଇନାଲ୍ ଖେଳ ତାଳଚେର ଭଲିବଲ୍ ଦଳ ଏବଂ କଣିହାଁ ଭଲିବଲ୍ ଦଳ ମଧ୍ୟରେ ଅନୁଗୋଳ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତାଳଚେର ଭଲିବଲ୍ ଦଳ ବିଜୟ ଲାଭ କରିଥିଲେ । ଏହି ଉପଲକ୍ଷେ ଆଜି ତାଳଚେର ବ୍ଲକ କାର୍ଯ୍ୟାଳୟ ଠାରେ ବିଡିଓ ମାଧବ ପାଣିଗ୍ରାହୀ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ, ଏହି ଶୀତକାଳୀନ ଭଲିବଲ୍ ବ୍ୟତୀତ କ୍ରିକେଟ୍ ଖେଳ ମଧ୍ୟ ଅନୁଷ୍ଠିତ ହୋଇଅଛି । ଏଥିରେ ତାଳଚେର କ୍ରିକେଟ୍ ଟିମ୍ ସେମିଫାଇନାଲ୍ ରେ ବଅଁରପାଳ ଠାରୁ ପରାସ୍ତ ହୋଇଥିଲେ । ଭଲିବଲ୍ ଖେଳର ସଚେତନତା କରିବା ଉଦ୍ଦେଶ୍ୟରେ ଏହି ଖେଳ ଅନୁଷ୍ଠିତ ହୋଇଥିଲା । ଯାହା ଫଳରେ ଭବିଷ୍ୟତରେ ଏଠାରୁ ବହୁ ଖେଳାଳୀ ଭଳ ଖେଳ ପ୍ରଦର୍ଶନ କରିବା ପାଇଁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଭାଗ ନେଇ ପାରିବେ । ଆଜିର ଏହି ସମ୍ବର୍ଦ୍ଧନା ବେଳେ ବିଡିଓ ଶ୍ରୀ ପାଣିଗ୍ରାହୀଙ୍କ ସମେତ ଜାତୀୟ ସ୍ତରର ଫୁଟ୍‌ବଲ୍ ଖେଳାଳୀ ରଂଜିତ୍ ଇଗ୍‌ନାସିୟସ୍ ଟିଗା, ଜାତୀୟ ସ୍ତରର ଭଲିବଲ୍ ଖେଳାଳୀ ଶରତ କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply