Odisha news

କୋଭିଡ଼ ସଂକ୍ରମିତଙ୍କୁ ସାହାଯ୍ୟର ହାତବଢ଼ାଇଲେ ସମାଜସେବୀ

ତାଳଚେର ତା ୦୪/୦୬ ତାଳଚେର ବ୍ଲକ ଘଂଟପଡ଼ା ପଂଚାୟତ ଯୁବସମାଜସେବୀ ବିଭୂତି ସାହୁ କୋଭିଡ଼ ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅସହାୟ ଲୋକମାନଙ୍କୁ ସହାୟତା କରିବା ପାଇଁ ନିଜ ଜୀବନକୁ ଖାତିର୍ ନକରି ଆଗେଇ ଆସିଥାନ୍ତି । ଯେ କୌଣସି ପରିସ୍ଥିତିରେ ହେଉ ଦୁଃଖଦ ଖବର ତାଙ୍କ କାନରେ ପଡ଼ିବା ମାତ୍ରେ କରୋନା ସମୟରେ ସେ ନିଜ ଜୀବନକୁ ବାଜି ଲଗାଇ ସେହି ଘଟଣା ସ୍ଥଳରେ ଦେବଦୂତ ସାଜି ଉପସ୍ଥିତ ହୋଇ ସେମାନଙ୍କର ସେବାସୁଶ୍ରୁୁସା କରିବା ସହିତ ତାଙ୍କ ନିଜସ୍ୱ ଖର୍ଚ୍ଚରୁ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଥାନ୍ତି ।

ନିକଟର ସମାଜସେବୀ ଶ୍ରୀ ସାହୁ ଅକ୍ସିଜେନ୍ର ଘୋର ଅଭାବୀ ଡେଦଖା ଦେଇଥିବାବେଳେ କଲିକତାରୁ ଅକ୍ସିଜେନ୍ ସିଲିଣ୍ଡର ମଗାଇ କୋଭିଡ଼ ସଂକ୍ରମିତ ଜୀବନ ରକ୍ଷା କରି ଚର୍ଚ୍ଚିତ ଚେହେରା ହୋଇପାରିଛନ୍ତି । ପୁନଶ୍ଚ ଆଜି କରୋନାରେ ଆକ୍ରାନ୍ତ ହୋଇ ଘରେ ସଙ୍ଗରୋଧରେ ରହୁଥିବା ଅସହାୟ ଏବଂ ଖାଦ୍ୟ ଅଭାବରେ ରହୁଥିବା ବ୍ୟକ୍ତିଙ୍କୁ ସୁଖିଲା ଖାଦ୍ୟ ପୁଡ଼ିଆ, ସାନିଟାଇଜ୍, ମ୍ୟାକ୍ସ, ପିପିକିଟ୍, ହ୍ୟାଣ୍ଡୱାସ୍ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ତାଳଚେର ଉପଖଣ୍ଡ ପ୍ରଶାସନ, ପୌରପ୍ରଶାସନ ଏବଂ ବିଭିନ୍ନ ଅନୁଷ୍ଠାନକୁ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମକୁ ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।

ଏହି ଖାଦ୍ୟ ସାମଗ୍ରୀ, ବିଭିନ୍ନ ସ୍ଥାନରେ ସଙ୍ଗରୋଧରେ ରହିଥିବା ଅସହାୟ କରୋନା ରୋଗୀଙ୍କ ପାଇଁ ଲାଭ ହୋଇପାରିବ ବୋଲି ଶ୍ରୀ ରଥ ପ୍ରକାଶ କରିବା ସହ ଦୀର୍ଘ ଦିନଧରି ଏଭଳି ସାମାଜିକ କାର୍ଯ୍ୟ ନିରନ୍ତର ଜାରିରଖିଥିବାରୁ ଉପଜିଲ୍ଲାପାଳ ଶ୍ରୀ ରଥ ଶ୍ରୀ ସାହୁଙ୍କର ଭୂୟଶିଂ ପ୍ରଶହସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରେଡ଼କ୍ରସର ବଳରାମପତି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Comments are closed.