Odisha news

ନିଶ୍ଚିହ୍ନ ହେଲା ବିଜୁପଟ୍ଟନାୟକ ବୃଦ୍ଧାଶ୍ରମ : ପ୍ରଶାସନ ନିରୋବଦ୍ରଷ୍ଟା

0

ତାଳଚେର ତା ୧୨/୧୧ ବରିଷ୍ଠନାଗରୀକ ସେବାସଂଘ, ତାଳଚେର ଦ୍ୱାରା ପରିଚାଳିତ ତାଳଚେର ବସଷ୍ଟାଣ୍ଡ ନିକଟରେ ଥିବା ବିଜୁପଟ୍ଟନାୟକ ବୃଦ୍ଧାଶ୍ରମଟି ବିଧାୟକ ପାଣ୍ଠିରୁ ୧୨ଲକ୍ଷ ୫୦ହଜାର, ଏମସିଏଲ ଲିଙ୍ଗରାଜ ଏରିଆ ପକ୍ଷରୁ ୬ଲକ୍ଷ ୪୦ହଜାର, ସର୍ବମୋଟ ୨୦ଲକ୍ଷଟଙ୍କା ଆର୍ଥିକ ଅନୁଦାନରେ ରହିବାକୁ ଗୃହ ନିର୍ମାଣ କରି ୧ମାର୍ଚ୍ଚ ୨୦୧୯ରିଖ ଠାରୁ ବେସାହାର ହୋଇପଡ଼ିଥିବା ବୃଦ୍ଧବୃଦ୍ଧା ରହି ଆସୁଥିଲେ ।  ଉକ୍ତ ଜମିରେ ନିର୍ମିତ ହୋଇଥିବା ଗୃହ ଗୁଡ଼ିକ ସରକାରଙ୍କର ହୋଇଥିବାରୁ ତାଳଚେର ଅଂଚଳର ବିକାଶ କାର୍ଯ୍ୟକୁ ନେଇ ଏହି ବିଜୁପଟ୍ଟନାୟକ ବୃଦ୍ଧାଶ୍ରମକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭାଙ୍ଗି ନିଶ୍ଚିହ୍ନ କରିଦିଆଗଲା ଓ ଏହି ବୃଦ୍ଧାଶ୍ରମ ନିମନ୍ତେ ଏକ ମାସ ମଧ୍ୟରେ ଜମି ପୁନଃ ଗୃହ ନିର୍ମାଣ କରାଯିବାକୁ ନେଇ ଆର୍ଥିକ ଅନୁଦାନର ସୁବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ଉକ୍ତ କମିଟିକୁ ପ୍ରତିଶ୍ରୃତି ଦିଆଗଲା । ପ୍ରଶାସନକୁ ସମ୍ମାନ ଜଣାଇ ଉକ୍ତ ଅନୁଷ୍ଠାନ ପକ୍ଷରୁ ୧୦ଜୁଲାଇ ୨୦୨୧ରିଖରେ ସେହି ସ୍ଥାନଟିକୁ କମିଟି ପକ୍ଷରୁ ଖାଲି କରି ଦିଆଯାଇଥିଲା । କିନ୍ତୁ ପରିତାପର ବିଷୟ ଭାଙ୍ଗିବାର ଆଜକୁ ୧ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ପ୍ରଶାସନ ସେ ଦିଗରେ ଉଚିତ ପଦକ୍ଷେପ ନେଇଥିବା କମିଟି ପକ୍ଷରୁ ପ୍ରେସ୍ ଇସ୍ତାରହାରରେ ଜଣାଇଛନ୍ତି । ଏପରିକି, ଏହି ଅଶ୍ରମ ଉପରେ ନିର୍ଭର କରି ଚଳିଆସୁଥିବା ଅସହାୟ ବୃଦ୍ଧ/ବୃୃଦ୍ଧା ବେସାହାର ହେବା ସହିତ କମିଟି ପକ୍ଷରୁ ଏଥିନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନର ବେପୁରିଆ ଓ କଠୋର ମନୋଭାବକୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କମିଟିର ସଭାପତି ରତିକାନ୍ତ ମହାପାତ୍ର, ସମ୍ପାଦକ ସାଧୁନ କୁମାର ବସୁ ପ୍ରମୁଖ କ୍ଷଭୋ ପ୍ରକାଶ କରିବା ସହିତ ଏହା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ତେବେ ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ କମିଟି ପକ୍ଷରୁ ଦାବି କରାଯାଇଛି ।

Leave A Reply