ତାଳଚେର : ତା ୦୬/୧୧ ତାଳଚେର ବିଭିନ୍ନ ଶୈବ ଗୁଡ଼ିକରେ ଆଜି ଭକ୍ତିର ସହକାରେ ଧବଳେଶ୍ୱର ପୂଜା ଅନୁଷ୍ଠିତ ହୋଇଯାଇଛି । ତାଳଚେର ଟାଉନ୍ ଗୋପୀନାଥପୁର ନିକଟସ୍ଥ ପଶ୍ୱିମେଶ୍ୱର ମନ୍ଦର, ପଂଚମୁଖୀ, ଧରମପୁର, ତାଳବେଡ଼ା, କଣ୍ଢାଳ, ଡ଼େରା, ସାଉଥବଲଣ୍ଡା, ଚକ୍ରଶୀଳା ଶୈବପୀଠ ଗୁଡ଼ିରେ ସ୍ଥାନୀୟ ଅଂଚଳର ପୁରୁଷ ମହିଳା ସକାଳୁ ସୁଦ୍ଧପୁତ ହୋଇ ମନ୍ଦିରବେଢ଼ାରେ ପଂହଚି ବାବା ଧବଳେଶ୍ୱରଙ୍କୁ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ମନସ୍କାମନା ପୂରଣ କରିବାକୁ ମହିଳା ଓ ଅବିବାହିତା ଯୁବତୀ ଧବଳେଶ୍ୱରଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ । ଏଥିନେଇ ଆଜି ପ୍ରତ୍ୟେକ ଶୈବପୀଠ ଗୁଡ଼ିକ ଚଳଚଂଚଳ ହୋଇ ଉତ୍ସବ ମୁଖ୍ୟର ହୋଇପଡ଼ିଥିଲା ।