Odisha news

ହାତୀ ଉପଦ୍ରବ : ସହର ମୁହାଁ ହାତୀ

0

ତାଳଚେର : ତା ୦୬/୧୧ ତାଳଚେର ଏକ ଶିଳ୍ପାଚଂଳ ହୋଇଥିଲେ ମଧ୍ୟ ବର୍ତମାନ ହାତୀ ସହର ମୁହାଁ ହୋଇଛନ୍ତି । ଆଜିକୁ ତିନିଦିନରୁ ଉର୍ଦ୍ଧ୍ୱ ଢ଼େଙ୍କାନାଳ ଜିଲ୍ଳା ପର୍ଜଙ୍ଗ ବ୍ଲକ ଅଂଚଳରୁ ବ୍ରାହ୍ମଣୀ ନଦୀ ଗର୍ଭ ଦେଇ ପ୍ରାୟ ୪୦ଟି ହାତୀ ତାଳଚେର ବନାଚଂଳରେ ପଶି ବ୍ୟାପକ କ୍ଷୟକ୍ଷତି କରିବା ସହ ସନ୍ଧ୍ୟା ହେଲେ ଗ୍ରାମାଂଳ ଗୁଡ଼ିକରେ ପଶୁଥିବା ଅଭିଯୋଗ ହୋଇଛି । ପ୍ରାୟ ୪ଦିନ ହେବ ହାତୀପଲ୍ଲ ଗୁଡ଼ିକ କଙ୍କିଳି କାକୁଡ଼ି, ହରିହରପୁର, ସଇନାଳୀ, କିଶୋରପାଳ, ଭେରୁବଣିଆ ଆଦି ଗ୍ରାମରେ ଖାଦ୍ୟ ଅନ୍ୱେଷଣରେ ଘୁରୀ ବୁଲୁଛନ୍ତି । ବନବିଭାଗ ପକ୍ଷରୁ ସେମାନଙ୍କୁ ନଦୀପାର କରି ଆରପାଖକୁ ଘଉଡ଼ାଇ ଦେଉଥିଲେ ମଧ୍ୟ ପୁନର୍ବାର ସେହି ଅଂଳର ଲୋକମାନେ ସେମାନଙ୍କୁ ଘଉଡ଼ାଇ ଦେଉନ୍ତି । ଏଥିନେଇ ଅଂଳବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଦିନ ସମୟରେ ଏହି ହାତୀକୁ ଦେଖିବାକୁ ପ୍ରବଳ ଲାଗିଥିବା ଦେଖିବାକୁ ମିଳିଥିଲା । ଆଜିି ଘଟଣା ସ୍ଥଳରେ ବନବିଭାଗ ଓ ପୋଲିସ୍ ପକ୍ଷରୁ ହାତୀ ଗୁଡ଼ିକୁ ଘଉଡ଼ାଇବାକୁ  ଉଦ୍ୟମ ଜାରି ରଖିଛନ୍ତି ।

Leave A Reply