Odisha news

କାର୍ଯ୍ୟରେ ଯୋଗଦେଲେ ନୂତନ ତହସିଲଦାର : ତାଳଚେର

0

ତାଳଚେର ତା ୨୩/୦୯ ପୂର୍ବତନ ତହସିଲଦାର ମନ୍ମଥ ନାୟକ ଅନ୍ୟତ୍ର ବଦଳି ହେବାପରେ ତାଳଚେର ତହସିଲ କାର୍ଯ୍ୟଳୟରେ ନୂତନଭାବେ ଦାଶରଥି ଜେନା ଏଠାରେ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ଢ଼େଙ୍କାନାଳ ଜିଲ୍ଳାର ଓଡ଼ାପଡ଼ା ତହସିଲରେ ଦୀର୍ଘଦିନ ରହିବାପରେ ସରକାରଙ୍କ ଆଦେଶ ଅନୁଯାୟୀ ତାଳଚେର କାର୍ଯ୍ୟାଳୟରେ ଯୋଗଦେଇଛନ୍ତି । ଅନୁଗୋଳ ଜିଲ୍ଳାର ତାଳଚେର ତହସିଲ ଏକ ପ୍ରମୁଖ ତହସିଲ କାର୍ଯ୍ୟାଳୟଭାବେ ପରିଗଣିତ । ଏଠାରୁ ସର୍ବାଧିକ ରାଜସ୍ୱ ଯାଉଥିବା ସହ ଖଣିଖାଦନା ଗୁଡ଼ିକରେ ଜମିବାଡ଼ି ହରାଉଥିବା ବିସ୍ଥାପିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ପୁନଶ୍ଚ ତାଳଚେର ସହର ଦେଇ ବୋହି ଯାଉଥିବା ବ୍ରାହ୍ମଣୀ ନଦୀରେ ଅପର୍ଯ୍ୟାପ୍ତ ବାଲି, ମାଟି, ଗୋଡ଼ି ଚୋରା ଚାଲାଣର ସାଙ୍ଗକୁ ସରକାରୀ ଜମି ଜବରଦଖଲ ଅନେକ ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ । ଏହି ସମସ୍ୟା ଗୁଡ଼ିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଶ୍ରୀ ଜେନାଙ୍କୁ ଏଠାରେ ଅବସ୍ଥାପିତ କରିଥିବା କୁହାଯାଉଛି ।

Nalco
Leave A Reply