Odisha news

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

0

ତାଳଚେର ତା ୨୩/୦୯ ଆଜି ତାଳଚେର ଯୁବରାଜ ଉଚ୍ଚବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ତାଳଚେର ବ୍ଲକ କାର୍ଯ୍ୟାଳୟ ସହାୟତାରେ ଏହା ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ସରକାରଙ୍କ ଯୋଜନା କିପରି ଜନସାଧାରଣଙ୍କ ନିକଟରେ ସୁବିଧାରେ ପଂହଚିବା ସହିତ ଲୋକ ଏହି ସୁଯୋଗକୁ ହାତଛଡ଼ା ନକରିବାପାଇଁ ପ୍ରକାଶ କରିଥିଲେ ।   ତାଳଚେର ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରୀ ଚିନ୍ମୟୀ ଚେତନା ଦାସ ଡ଼ିଏସଏସଓ ବିଳାସିନୀ ନାଏକ, ସିଡ଼ିପିଓ ପ୍ରମୋଦିନୀ ତ୍ରିପାଠୀ, ଯୁବରାଜ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଦାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ । ଏହି ଶିବରରେ ମୋଟ୩୦୭ଜଣ ଭିନ୍ନକ୍ଷମ ମହିଳା, ପୁରୁଷ, ଛାତ୍ର/ଛ୍ରାତୀ, ଯୁବକ, ଯୁବତୀ ନାମପଞ୍ଜିକରଣ କରିଥିଲେ । ସେଥି ମଧ୍ୟରୁ ଚକ୍ଷୁ ୫୧, ଶିଶୁବିଭାଗ ୨୦, ଭେଷଜ ୨୬, କଣ୍ଠ, ନାଶା, ଗଳା ୩୭, ଶାରିରୀକ ବିକଳାଙ୍ଗ ୧୦୮ ଓ ପୌରପାଳିକର ମୋଟ ୬୫ଜଣ ଏହି ଶିବିରରେ ଭିନ୍ନକ୍ଷମ ପାଇଁ ଆବେଦନ କରିଥିଲେ । ଶିବିରରେ ଅସ୍ଥିଶଲ୍ୟ ବିଭାଗ ଡ଼ାକ୍ତର ଜ୍ଞାନରଞ୍ଜନ ବିଶ୍ୱାଳ, ଗଳା, କର୍ଣ୍ଣ, ନାଶା ଓ  ଭିନ୍ନ ଭିନ୍ନ ବିଭାଗ ଡ଼ାକ୍ତର  ଉପସ୍ଥିତ ଥିଲେ । ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ବିଳାସିନୀ ନାଏକ ଓ ସିଡ଼ିପିଓ ପ୍ରମୋଦିନୀ ତ୍ରିପାଠୀ ମଂଚ ପରିଚାଳନା କରିବା ସହିତ ଭିନ୍ନକ୍ଷମ ମାନଙ୍କର ସୁବିଧା ସୁଯୋଗ ବିଝିଥିଲେ । ଶେଷରେ ଜଣେ ଭିନ୍ନକ୍ଷମଙ୍କୁ ହୁଇଲ୍ ଚେୟାର୍ ପ୍ରଦାନ କରାଗଲା । ଯୁବରାଜ ବିଦ୍ୟାଳୟର ସ୍କ୍ୱାଉଟ୍ ଏନସିସି ଛାତ୍ରଛାତ୍ରୀମାନେ ଭିନ୍ନକ୍ଷମମାନଙ୍କୁ ସହାୟତା କରିବା ସହିତ ସମସ୍ତ କାର୍ଯ୍ୟକୁ ଅତି ସୂଚାରୂପେ ସମାପନ କରିଥିଲେ ।

Nalco
Leave A Reply