Odisha news

ଘରୋଇ ଠିକା ସିକ୍ୟୁରିଟିଙ୍କ ସମସ୍ୟାକୁ ନେଇ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ବୈଠକ

0

ତାଳଚେର ତା ୨୦/୦୯ କୋଇଲା ଖଣି ଗୁଡ଼ିକରେ କାର୍ଯ୍ୟରତ ଘରୋଇ ଠିକା ସିକ୍ୟୁରିଟି ଗାର୍ଡ଼ଙ୍କର ବିଭିନ୍ନ ସମସ୍ୟାର ସମାଧାନକୁ ନେଇ ଆଜି ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଠାରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କାର୍ମୀଙ୍କ ନିର୍ଦ୍ଦେଶକ ଡ଼ିପି, ଜିଲ୍ଳା ଶ୍ରମଅଧିକାରୀ ତାଳଚେର ଓ କଣିହାଁ କ୍ଷେତ୍ରର ସମସ୍ତ ମହାପ୍ରବନ୍ଧକ୍‌, ସାଧାରଣ ସମ୍ପାଦକ ନରହରି ସାହୁ ଏବଂ ପ୍ରତ୍ୟେକ ସେକ୍ଟର ସିକୁରିଟି ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଠିକା ସିକ୍ୟୁରିଟି ମାନଙ୍କ ୨୬ଦିନ ହାଜିରା, ଅକ୍ଟୋବର ମାସରେ ପେ’ସ୍ଲିପ୍ ଦେବାକୁ ପ୍ରତିସୃତି, ପ୍ରତ୍ୟେକ ମାସରେ ସିଏମପିଏଫ୍ ଓ ଅନ୍ୟା ସମସ୍ୟାର ସମାଧାନ ନିମନ୍ତେ ପ୍ରତ୍ୟେକ ମାସରେ ମହାପ୍ରବନ୍ଧକଙ୍କ ଅଧ୍ୟକ୍ଷତାରେ ସୁରକ୍ଷାକର୍ମୀଙ୍କ ଜନଶୁଣାଣୀ, ଡ଼ିଏଭି ସ୍କୁଲରେ ଏମସିଏଲ କର୍ମଚାରୀଙ୍କ ପିଲାମାନଙ୍କ ପରି ଠିକାଶ୍ରମିକମାନଙ୍କ ପିଲାଙ୍କୁ ଅଗ୍ରାଧିକାର ପ୍ରଦାନ, ଅକ୍ଟୋବର ମାସଠାରୁ ସମସ୍ତ ସିକ୍ୟୁରିଟି ମାନଙ୍କୁ ସୁରକ୍ଷା ନିମନ୍ତେ ସୁରକ୍ଷା ସମାଗ୍ରୀ ପ୍ରଦାନ, ଯଥାଶିଘ୍ର କର୍ମଚାରୀମାନଙ୍କ ପେନସନ୍ ବାବଦକୁ କଟୁଥିବା ଟଙ୍କା ଏମସିଏଲ ବହନ କରିବାକୁ ପ୍ରତିଶୃତି ଦେବା, ବର୍ଦ୍ଧିତ ଦରମା ପାଇଁ ଉଚ୍ଚସ୍ତରୀୟ କମିଟିକୁ ଏକ ସପ୍ତାହ ମଧ୍ୟରେ ଚିଠିଦେଇ ଏହାର ସମାଧାନ କରିବାକୁ ନେଇ ବୈଠକରେ କାର୍ମିକ ନିର୍ଦ୍ଦେଶକ ନିଷ୍ପତି ନେଇଥିବା କୁହାଯାଉଛି । ଅନୁଗୋଳ ଜିଲ୍ଳାରୁ ଉତ୍ପାଦିତ ହେଉଛି ଦେଶର ୧୨% କୋଇଲା

Leave A Reply