ତାଳଚେର ତା ୦୮/୦୯ ତାଳଚେର ଅଂଚଳରେ ଓଡ଼ିଶା ପ୍ରସିଦ୍ଧ ଗଣେଶ ପୂଜା ଚାଲିଥିବା ଅବସରରେ ଠିକାସଫେଇ କର୍ମଚାରୀ ବକେୟା ଦରମା ପାଇନଥିବାରୁ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା ଦେଖିବାକୁ ମିଳିଥିଲା । ଗଣେଶପୂଜା ସମୟରେ ସହରର ସଫେଇ ଓ ପରିମଳ ବ୍ୟବସ୍ଥା ଆଜି ବିପର୍ଯ୍ୟସ୍ତ ହୋଇଥିବା ଅଂଚଳବାସୀଙ୍କୁ ବ୍ୟଥିତ କରିପକାଇଛି । ତେବେ ପୌରଅଧିକାରିଣୀ ଓ କାଉନସିଲ ମଧ୍ୟରେ ତାଳମେଳ ରହୁନଥିବାରୁ ଆଜି ଏପରି ଅଚଳ ଅବସ୍ଥା ତାଳଚେରରେ ଦେଖାଦେଇଛି ବୋଲି ବିଭିନ୍ନ ମହଲରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି । ତେବେ ପୌର କର୍ତୁପକ୍ଷ ଘଟଣାର ହସ୍ତକ୍ଷେପ କରି ସେମାନଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ।