ତାଳଚେର :ତା 03/07:ତାଳଚେର ଥର୍ମାଲ ରେଲୱେ ଷ୍ଟେସନ ଠାରେ ରବିବାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି |ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କର ବଳିଦାନ ଦିବସ 23ଜୁନ ରୁ ଜନ୍ନ ଜୟନ୍ତୀ ଜୁଲାଇ 7ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଏ ପରିପେକ୍ଷୀରେ ଆଜି ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ କରାଯାଇଛି |ଥର୍ମାଲ ରେଲୱେ ଷ୍ଟେସନ ଠାରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ନେତୃତ୍ୱ ରେ ତଥା ମଣ୍ଡଳ ପ୍ରଭାରୀ ପ୍ରଶାନ୍ତ ନନ୍ଦ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି |ଷ୍ଟେସନ କୁ ଦଳୀୟ କାର୍ଯ୍ୟକର୍ତା ମାନେ ଝାଡୁ ଧରି ସଫା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ସହଦେଵ ସାହୁ, ବରିଷ୍ଠ ବିଜେପି ନେତା ପୁଲିନ ବିହାରୀ ନାୟକ, ସମ୍ପାଦକ ପ୍ରଦୀପ ସାମଲ, ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପ୍ରଧାନ, ସମୋନାଥ ସାମଲ, ଦେବବ୍ରତ ରଥ, ଲଲାଟେନ୍ଦୁ ବେହେରା, ତିହିଲୁ ବେହେରା, ରବି ବେହେରା, ବାପୁନ ସାମଲ, ଶିବରାମ ସାମଲ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |