Odisha news

ଭୂଷୁଡିଲା ଏମ୍.ସି.ଏଲ କ୍ୱାର୍ଟର : ଅଳ୍ପକେ ବର୍ତିଲେ ଦମ୍ପତି

0

ତାଳଚେର- ତାଳଚେର ବ୍ଲକ ଅନ୍ତର୍ଗତ ଏମ୍.ସି.ଏଲର ଜଗନ୍ନାଥ ଏରିଆ ସେଂଟା୍ରଲ କଲୋନୀରେ ଦୁଇଟି କ୍ୱାଟର ଭୁଷୁଡି ପଡିଥିବା ଘଟଣା ଚର୍ଚ୍ଚା ପରିସରକୁ ଆସିଛି । ଏମ୍ ସି ଏଲ ଜଗନ୍ନାଥ କ୍ଷେତ୍ର ଅଧିନରେ ଥିବା ଏହି କ୍ୱାଟରରେ ନନ୍ଦିରା କୋଲିୟରୀର ଗଦା ନାଏକ ଓ ମିଟୁ ନାଏକଙ୍କ କ୍ୱାଟର ଦୁଇଟି ଭୁଷୁଡି ଯାଇଛି । ଏମାନେ ସେଂଟା୍ରଲ କଲୋନୀର ସେକ୍ଟର ୨୦, ବ୍ଲକ ୫ ରେ ରହନ୍ତି ।ଏହି କର୍ମଚାରୀ ମାନେ ଦୀର୍ଘ ୨୦ ବର୍ଷ ହେବ ଏହି କ୍ୱାଟରରେ ରହି ଆସିଲେଣି । ବ୍ଲକ ବାସି ଦୀର୍ଘ ୩ ବର୍ଷ ହେବ ମରାମତି ପାଇଁ ଅଭିଯୋଗ କରିଥିଲେ ମଧ୍ୟ ଦାୟିତ୍ୱରେ ଥିବା ଏମସିଏଲ କର୍ମଚାରୀ ମାନେ ଶୁଣି ନଥିଲେ । ସେଂଟା୍ରଲ କଲୋନୀର ସମସ୍ତ କ୍ୱାଟର ଗୁଡିକ ଜରାଜୀର୍ଣ୍ଣ ଓ ବିପଦ ସଙ୍କୁଳ ଭାବେ ଥିଲେ ମଧ୍ୟ ଏମସିଏଲ କିପରି ନିଜର କର୍ମଚାରୀ ମାନଙ୍କୁ ରଖିଛି ତାହା ସାଧାରଣରେ ଅଭିଯୋଗ ହେଉଛି ।

ସେଂଟା୍ରଲ କଲୋନୀର କାନ୍ଥ ଦୁର୍ବଳ,ପାଣି ସନ୍ତସନ୍ତିଆ ଥିବା ବେଳେ କାନ୍ଥ ଗୁଡିକରେ ବିଭିନ୍ନ ଗଛବୃଛ, ଶିଉଳି ପଡି ଏକ ଜରାଜିର୍ଣ୍ଣ ଅବସ୍ଥାରେ ପଡିରହିଛି । କଲୋନୀରେ ଥିବା ଡ୍ରେନ ଗୁଡିକରେ ପଙ୍କ ପୋଚ ଓ ଆବର୍ଜନାରେ ପରିପୂର୍ଣ୍ଣ ଥିବାରୁ ଦୁର୍ଗନ୍ଧ ମୟ ସୃଷ୍ଟି ହେଉଛି ।ବିଶେଷ କରି ସେଂଟା୍ରଲ କଲୋନୀ ମଣିଷ ରହିବା ଅନୁପଯୋଗୀ ହୋଇପଡିଛି । ମହାବିପଦରେ ବସବାସ କରୁଛନ୍ତି କଲୋନୀବାସୀ । କେତେବେଳେ କାହା କ୍ୱଟର ଭୁଷୁଡି ଜୀବନ ଚାଲି ଯିବ ତାହା ଆଗାମୀ ଦିନରେ ସମୟ କହିବ । ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ ସେଂଟା୍ରଲ କଲୋନୀ ମରାମତି ପାଇଁ ବର୍ଷକୁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ଏହାକୁ ମରାମତି କରା ନ ଯାଇ ଠିକାଦାର ଓ ଅଫିସର ମାନଙ୍କ ମଧ୍ୟରେ ମଧୁଚନ୍ଦି୍ରକା ଯୋଗୁଁ କଲୋନୀ ବାସୀ ହନ୍ତସନ୍ତ ହେଉଥିବାର ପ୍ରକାଶ କରିଛନ୍ତି । କ୍ୱାଟର ଗୁଡିକ ଭୁଷୁଡି ପଡିଥିବାରୁ ଦୁଇପରିବାର ଅଳ୍ପକେ ବର୍ତିଯାଇଥିବା ଜଣାପଡିଛି ।

କ୍ଷତିଗ୍ରସ୍ତ କର୍ମଚାରୀମାନେ ବିଭିନ୍ନ କାର୍ଯ୍ୟଳୟକୁ ଯାଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ବର୍ଷକୁ କୋଟି କୋଟି ଟଙ୍କା ମଞ୍ଜୁର ହେଉଥିଲେ ମଧ୍ୟ କ୍ୱାଟର ଗୁଡିକ ମରାମତି ହେଉନଥିବା ଦୁର୍ଭାଗ୍ୟ ଜନକ ବିଷୟ ହୋଇଛି । ସଂପୃକ୍ତ ଖଣି କତୃପକ୍ଷମାନେ ଜମିବାଡି, ଘରଦ୍ୱାର ସର୍ବସ୍ୱ ହରାଇ ଏମ୍.ସି.ଏଲ୍ରେ ନିଯୁକ୍ତି ପାଇଥାନ୍ତି ଏବଂ ଏହି କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେଇ ଏପରି ଏକ ଜରାଜିର୍ଣ୍ଣ ଅବସ୍ଥାରେ ପଡିରହିଥିବା କ୍ୱାଟରକୁ ତାଙ୍କୁ ପ୍ରଦାନ କରାଯାଇଥିବା ଦୁଃଖଦାୟକ ବିଷୟ ହୋଇଛି । ଅପରପକ୍ଷେ ଏହି ସବୁ ସେଂଟ୍ରାଲ କଲୋନୀ କ୍ୱାଟର ଗୁଡିକ ଏମ୍.ସି.ଏଲ ଅସୁରକ୍ଷୀତ ଥିବା ଘୋଷଣା କରିଥିଲେ ମଧ୍ୟ କିପରି ଭାବେ ଏହି କ୍ୱାଟର ଗୁଡିକ କିପରି ଭାବେ ସେମାନଙ୍କୁ ପ୍ରଦାନ କରାଯାଉଥିବା ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି ।

Leave A Reply