Odisha news

ସଙ୍ଗରୋଧ କେନ୍ଦ୍ରରେ ରଜ ଉତ୍ସବ ପାଳିତ

0

ମାହାଙ୍ଗା୧୪ା୦୬: ଓଡିଶାର ଗଣ ପର୍ବ ରଜ ଆଜି ଲକ୍ଡାଉନ ସତ୍ୱେ ସାରା ଓଡିଶାରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଭଦ୍ରେଶ୍ୱର ପଂଚାୟତର ଝାଡେଶ୍ୱରପୁର ସଙ୍ଗରୋଧ କେନ୍ଦ୍ରରେ ରଜ ଉତ୍ସବ ପାଳିତ ହୋଇଛି । ୪୫ଜଣ ପ୍ରବାସୀଙ୍କୁ ଲୁଗା, ମିଠା, ରଜ ପାନ ଓ ଫୁଲ ତୋଡା ପଂଚାୟତ ତରଫରୁ ବଂଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷ ଶରତ ନାୟକ, ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ, ବିଜେଡି ବ୍ଲକ୍ ସଭାପତି ରାଜ କିଶୋର ଜେନା, ଭଦ୍ରେଶ୍ୱର ସରପଂଚ ନମିତାରାଣୀ ସ୍ୱାଇଁ, ସମାଜସେବୀ ବିପିନ ସ୍ୱାଇଁ, ପଂଚାୟତ ନିର୍ବାହୀ ଅଧିକାରୀ ବିଜୟ କୁମାର ରାଉତ, ସ୍ୱାସ୍ଥ୍ୟ କର୍ମୀ ଶିଶିର କୁମାର ନନ୍ଦ, କବିତା ନାଥଶର୍ମା ଯୋଗଦେଇ ପ୍ରବାସୀଙ୍କୁ ରଜ ଶୁଭେଚ୍ଚଶ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ସଂଜୟ ପ୍ରହରାଜ, ପ୍ରହଲ୍ଲାଦ ପଣ୍ଡା, ରମେଶ ଚନ୍ଦ୍ର ରାଉଳ, କୃଷ୍ଣଚନ୍ଦ୍ର ମହାପାତ୍ର, ମାନସ ରାଉତ, ରାଧାକାନ୍ତ ମିଶ୍ର, ନିହାରିକା ମହାନ୍ତି, ସରସ୍ୱତୀ ରଣା, ବିକ୍ରମ ସୁତାର, ଗୌତମ ପ୍ରଧାନ, ଭାଗବତ ରଣା, ପ୍ରମୁଖ ସହଯୋଗ କରିଥିଲେ । ଏକ ନିଆରା ଢଙ୍ଗରେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେଇ ରଜ ଉସôବ ପାଳନ କରାଯାଇଥିବାରୁ ସ୍ଥାନୀୟ ସରପଂଚଙ୍କ ଏହି ଉଦ୍ୟମକୁ ସାଧାରଣରେ ସ୍ୱାଗତ କରାଯାଇଥିଲା ।

Leave A Reply