Odisha news

ଜିଲ୍ଲା ପ୍ରଶାସନର ବିନା ସହଯୋଗ ରେ ଏସ.ପି ସାରା ଶର୍ମାଙ୍କ ପୋଷ୍ୟ ଗାଁ, ସିଣ୍ଡିବୁର ବିକଶିତ ହେବ ତ?

0
ଗଜପତି (ପାରଳାଖେମୁଣ୍ଡି) , ଗରୁଡ଼ ଧ୍ଵଜ ଚୌଧୁର : ଗଜପତି ଜିଲ୍ଲା ପ୍ରଶାସନ ପାରିଲାନି ସରକାର ଶୁଣିଲେନି, ଏବେ ଗାଁକୁ ବିକସିତ କରି ମୋଡେଲ ଗାଁ କରି ଦେଖେଇବେ ଏସ୍ପି ସାରା ଶର୍ମା, ସେଥିପାଇଁ ବିକାଶ ଦେଖିନଥିବା ସିଣ୍ଡିବୁର ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲେ ଏସପି ସାରା ଶର୍ମା। କେବେ କୈାଣସି ଅଧିକାରୀଙ୍କ ପାଦ ପଡିନଥିବା ଗ୍ରାମରେ ପାଦ ଥାପିଲେ ଏସ୍ପି ସାରା ଶର୍ମା, ଅନୁନ୍ନତ ସିଣ୍ଡିବୁ୍ର ଗ୍ରାମକୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କଲା ପରେ ବିକସିତ ହେବା ନେଇ ଆଶା ସଞ୍ଚାର ହୋଇଛି ଗ୍ରାମ ବାସୀକ ମନରେ । ତେବେ ଏସ୍ପି ସାରା ଶର୍ମା ଏତେ ଅର୍ଥ ଆଣିବେ କେଉଁଠୁ? ଏହାକୁ ନେଇ ଜିଲ୍ଲା ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ ରତ କେତକ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କ ସ୍ତରରେ ଗୁପ୍ତରେ ଆଲୋଚନା ଚାଲିଥିବା ଶୁଣିବାକୁ  ମିଳୁଥିବା ବେଳେ ଆଉ କେତେଜଣ ଅଧିକାରୀ ଜିଲ୍ଲା ପ୍ରଶାସନର କାର୍ଯ୍ୟରେ ଏସ୍ପୀ ସାରା ଶର୍ମାଙ୍କ ଏହା ଅବାଧ ହସ୍ତକ୍ଷେପ ବୋଲି କହିବାଆରମ୍ଭ  କରି ଦେଇଥିବା ଶୁଣିବାକୁ ମିଳୁଛ l
କିନ୍ତୁ ଗଜପତି ଜିଲ୍ଲାପାଳ ଓ ଏସ୍ପିଙ୍କ ମଧ୍ୟରେ ଜିଲ୍ଲାର ବିଭନ୍ନ କାର୍ଯ୍ୟରେ ଉତ୍ତମ ତାଳ ମେଳ ରହିଥିବା ଯୋଗୁଁ ସିଣ୍ଡୁବୁର ଗ୍ରାମର ବିକାଶ ନେଇ ଗ୍ରାମବାସୀ ଆଶା ରଖିଛନ୍ତି l ଆମେ କହୁଛୁ ଗଜପତି ଜିଲ୍ଲାର ଉପାନ୍ତ ଅଞ୍ଚଳ ଗୁମ୍ମା ବ୍ଳକ ଅନ୍ତର୍ଗତ ଭୁବନି ପଞ୍ଚାୟତର ସିଣ୍ଡିବୁର ଗ୍ରାମର କଥା, ଗାଁକୁ ଆଜି ପର୍ଯ୍ୟନ୍ତ ହୋଇ ପାରିନି ରାସ୍ତା ଟିଏ, ମୁଖ୍ୟ ଶଡକ କିମ୍ବା ପଞ୍ଚାୟତକୁ ଯୋଗା ଯୋଗ କରିବା ପାଇଁ ହେଲେ ଚାଲିବାକୁ ପଡେ ତିନି କିଲୋମିଟର ପାହାଡିଆ ପାଦଚଲା ରାସ୍ତା,  ନା ଏହି ଗାଁରେ ଅଛି ପାନିୟ ଜଳର ବ୍ୟବସ୍ଥା ନାଁ ରହିଛି ବିଦ୍ୟାଳୟ, ସୁଗମ ରାସ୍ତା ନଥିବାରୁ ଅନ୍ୟ ସମସ୍ତ ମୌଳିକ ସମସ୍ୟାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ, ଏହିଭଳି ଏକ ଅବହେଳିତ ଗାଁକୁ ବିକାସ ଧାରାରେ ସାମିଲ କରିବା ପାଇଁ ଆଗେଇ ଆସୀ ପୋଷ୍ୟ ଗାଁ ଭାବରେ ଗ୍ରହଣ କରି ଲୋକଙ୍କ ମୁହଁରେ ହସ ଫୁଟାଇବାର ପ୍ରତିଶ୍ରୁତି ଦେଇଛନ୍ତି ମହିଳା ଆଇପିଏସ୍ ଅଫିସର ତଥା ଗଜପତି ଏସ୍ପି ସାରା ଶର୍ମା। ଅନ୍ୟ ପକ୍ଷରେ ବର୍ଷ ବର୍ଷ ଧରି ଉକ୍ତ ଗ୍ରାମବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ସୁଦ୍ଧା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ବେଳେ ସେହି ଗାଁରେ କୌଣଶି ପ୍ରଶାସନିକ  ଅଧିକାରୀଙ୍କ ପାଦ ପଡିନଥିଲା ପ୍ରଥମ କରି ଏସ୍ପି ପାହାଡିଆ ରାସ୍ତାରେ ବହୁ କଷ୍ଟରେ ଆସି ପହଞ୍ଚିଲା  ପରେ ଗ୍ରାମବାସୀଙ୍କ ମନରେ ଆଶା ସଞ୍ଚାର ହୋଇଛି ।
ପୋଲିସ ବିଭାଗର ବହୁ ଅଧିକାରୀଙ୍କ ସହ ଗ୍ରାମକୁ ଗସ୍ତ କରି ମାସ୍କ, ବିସ୍କୁଟ ଆଦି ବଣ୍ଟନ କରିବା ସହ କରୋନାକୁ ନେଇ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି ,ଗ୍ରାମବାସୀଙ୍କ ସହ ଆଲୋଚନା କରି  ସମସ୍ତ ସମସ୍ୟା ଯଥା ରାସ୍ତା ନିର୍ମାଣ, ପାନୀୟ ଜଳର ବ୍ୟବସ୍ଥା, ଶିକ୍ଷା, ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ସହଯୋଗ କରିବେ, ଏପରିକି ଏକ ଆଦର୍ଶ ଗ୍ରାମରେ ପରିଣତ କରିବାକୁ ପ୍ରତିଶୃତି ଦେଇଛନ୍ତି ଏସ୍ପି ସାରା ଶର୍ମା । କିନ୍ତୁ ସରକାରଙ୍କ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ , ଲାଞ୍ଜିଆ ସଉରା ଉନ୍ନୟନ ଭଳି ବିଭିନ୍ନ ସଂସ୍ଥା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ସତ୍ତ୍ବେ  ସମସ୍ତ ସରକାରୀ ଯୋଜନା ଏଠି ଅପହଞ୍ଚ । ବିକାଶ  ଏଠି ବାଟବଣା, ଏକଥା ଆଉ କିଏ ନୁହଁ ଏସ୍ପି  ସାରା ଶର୍ମା ନିଜେ ସ୍ୱଷ୍ଟ କରିଛନ୍ତି।  ଏହି ଗାଁରେ ବସ ବାସ କରୁଥିବା ଲାଞ୍ଜିଆ ସଉରା ପ୍ରଜାତିର ଆଦିବାସୀ ମାନଙ୍କ ପାଇଁ ରାଜ୍ୟ  ତଥା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁଦାନ ଓ ସ୍ୱତନ୍ତ୍ର ବିଭାଗ ଥାଇ ସୁଦ୍ଧା  ଆଦିବାସୀ ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ।
ସରକାରଙ୍କ ମାଳ ମାଳ ଯୋଜନା ଆଉ କାହା ପାଇଁ ସ୍ୱାଧୀନତାର ୭୩ ବର୍ଷ ପରେ ଗାଁ କୁ ଭଲ ରାସ୍ତା ଖଣ୍ଡେ ନାହିଁ ତାହା ସରକାରଙ୍କ ବିଭିନ୍ନ ବିଭାଗ ଏଠି କଣ କରୁଛି ଏପରିକି ଗ୍ରାମ ବାସୀଙ୍କ ଅଭିଯୋଗ ପ୍ରକାରେ ରାସ୍ତା ଖଣ୍ଡେ ପାଇଁ ଜିଲ୍ଲାପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି କୌଣଶି ସୁଫଳ ପାଇନାହାନ୍ତି । ଏଭଳି ସମୟରେ କିଛି ନୁଆଁ କରି ଦେଖାଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏସ୍ପି ଗାଁକୁ ବିକଶିତ କରିବା ପାଇଁ ପଣ କରିଛନ୍ତି। କିନ୍ତୁ ଏସ୍ପି ସାରା ସର୍ମା ଦେଇଥିବା ପ୍ରତିଶ୍ରୁତି କେବେ ପାଳନ ହେଉଛି ନାଁ ଅନ୍ୟ ପ୍ରତିନିଧି ସାଂସଦ , ବିଧାୟକ ,ମନ୍ତ୍ରୀଙ୍କ ପୋଷ୍ୟଗାଁ ଭଳି  ସାରାଙ୍କ ପୋଷ୍ୟ ଗାଁ ମଧ୍ୟ ଅବହେଳିତ ହୋଇ ରହି ଯାଉଛି ନା ବିକସିତ ହେଉଛି ତାହା ପରବର୍ତ୍ତୀ ସମୟରେ ସ୍ୱଷ୍ଟ ହେବ , ବିକାଶର ମଙ୍ଗ ଜିଲ୍ଲା ପ୍ରଶାସନ ଧରୁଛି ନା ପୋଲିସ ପ୍ରଶାସନ ଧରୁଛି ତାହା ସମୟ ହିଁ କହିବ। ସିଣ୍ଡିପୁର ଭଳି ଜିଲ୍ଲାରେ ଏମିତି ଅନେକ  ଗାଁ ରହିଛି ଯେଉଁଠି ଏବେବି ସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି ଲୋକେ, ସାରା ଶର୍ମାଙ୍କ ଭଳି ସମସ୍ତ  ଅଧୀକାରି ଯଦି ଏଭଳି ଆନ୍ତରିକତା ପ୍ରକାଶ କରନ୍ତି ତେବେ ଅବହେଳିତ ଆଦିବାସୀଙ୍କ ଦୁଃଖ ଲାଘବ ହେବ ନିଶ୍ଚୟ ।
Har Ghar Tiranga

Leave A Reply