Odisha news

ସ୍ୱତନ୍ତ୍ର ଟ୍ରେନରେ ପ୍ରବାସୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା : ପ୍ରଶାସନର ସହଯୋଗରେ ପହଞ୍ଚିଲେ ଚିକିତ୍ସାଳୟରେ, ୨ ଦିନରେ ଫେରିଲେ ୮୧୬ ପ୍ରବାସୀ

0

ରାୟଗଡା,୧୪ ।୬(Rabindra Patkhandal)- ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଆସୁଥିବା ଜଣେ ପ୍ରବାସୀ ମହିଳା ରାୟଗଡା ମୁଖ୍ୟ ଚିିିକିତ୍ସାଳୟରେ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି । ସୂଚନା ମୁତାବକ ଟ୍ରେନ ନଂ ୦୭୭୪୮ରେ ଆସୁଥିବା ଜଣେ ଗର୍ଭବତୀଙ୍କ ରାୟଗଡା ଠାରେ ପ୍ରସବ ଯନ୍ତ୍ରଣା ହେବାରୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ନିର୍ଦେଶ କ୍ରମେ ଆମ୍ବୁଲାନ୍ସ ଡକାଇ ମହିଳା ଜଣଙ୍କୁ ତୁରନ୍ତ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।

ଡାକ୍ତରଖାନାରେ ମହିଳା ଜଣକ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ । ଉଭୟ ମା ଓ ଏବଂ କନ୍ୟା ସନ୍ତାନ ସୁସ୍ଥ ଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜଣାପଡିଛି । ୨ ଦିନ ମଧ୍ୟରେ ୬ଟି ଶ୍ରମିକ ସ୍ପେଶାଲ ଟ୍ରେନରେ ରାୟଗଡା ରେଳ ଷ୍ଟେସନରେ ବିଭିନ୍ନ ଜିଲ୍ଲାର ୮୧୬ ଜଣ ପ୍ରବାସୀ ଶ୍ରମିକ ଓହ୍ଲାଇଛନ୍ତି । ଓହ୍ଲାଇଥିବା ଶ୍ରମିକ ମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ୬୦୨ ଜଣ ଥିବା ବେଳେ ରାୟଗଡା ଜିଲ୍ଲାର ୧୮, କନ୍ଧମାଳ ଜିଲ୍ଲାର ୬ ଏବଂ କୋରାପୁଟ ଜିଲ୍ଲାର ୨ ଜଣ ପ୍ରବାସୀ ତିେ ।

ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ପ୍ରବାସୀ ଶ୍ରମିକ ମାନେ ଆସୁଥିବା ଖବର ପୂର୍ବରୁ ହିଁ ରେଳ ବିଭାଗ ତରଫରୁ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା । ପ୍ରଶାସନ ତରଫରୁ ଶୁକ୍ରବାର ୯ଟାରୁ ଶନିବାର ସନ୍ଧ୍ୟା ୫ଟା ଯାଏଁ ଗଜପତି ଛକ ଠାରୁ ସାଇ ଇଂଟରନ୍ୟାସନାଲ ଛକ ଯାଏଁ ୧୪୪ ଧାରା ଜାରୀ କରାଯାଇଥିଲା । ଗୋଟିଏ ସ୍ଥାନରେ ୪ ଜଣ ବ୍ୟକ୍ତି ଏକତ୍ରିତ ନ ହେବା ପାଇଁ ବାରଣ କରାଯାଇଥିଲା । ପ୍ରଶାସନ ତରଫରୁ ଶ୍ରମିକ ମାନଙ୍କୁ ସ୍ୱାଗତ କରାଯାଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପ-ଜି୍ଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଆଂଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ, ଉପଖଣ୍ଡ ପୋଲିସ ଅଧିକାରୀ ତପନ କୁମାର ରଥ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ରେଳ ବିଭାଗ ପୋଲିସ ଅଧିକାରୀ ଡି.ଏନ.ତ୍ରିଲୈକ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଶ୍ରମିକ ମାନଙ୍କୁ ସ୍ୱାଗତ କରିଥିଲେ । ରାୟଗଡା ଠାରେ ଓହ୍ଲାଇଥିବା ଶ୍ରମିକ ମାନଙ୍କ ପଂଜିକରଣ କରଣ ସହ ଥର୍ମାଲ ସ୍କ୍ରିନଂ କରାଯାଇଥିଲା । ରାୟଗଡା ରେଳ ଷ୍ଟେସନରେ ଓହ୍ଲାଇଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାର ନୋଡାଲ ଅଧିକାରୀ ମାନଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.