ରାୟଗଡା,୧୪।୬ (rabindra patkhandal) : ଏଥର ରଜରେ ନାହିଁ ମଉଜ । ଗାଁ ଦାଣ୍ଡ ଓ ରଜ ପଡିଆ ଖାଁ ଖାଁ । ଖାଲି ପଡ଼ିଛି ଦୋଳି । ରଜରେ ଵି ଶୁଭୁନି ରଜ ଗୀତ । କରୋନା ମହାମାରୀ ଜନିତ କାରଣରୁ ସରକାର ରଜ ପର୍ବ ଉପରେ ଲଗେଇଛନ୍ତି କଟକଣା । ସାର୍ବଜନୀନ ଭାବେ ରଜ ଉତ୍ସବ ପାଳନକୁ ବନ୍ଦ କରିଦିଆଯାଇଛି । ଅପରପକ୍ଷେ ମ୍ୟୁଜିକ କଂପାନୀ ଓ କଳାକାର ବୃନ୍ଦ ଵି କରୋନା ହେତୁ ତାଲାବନ୍ଦଜନିତ ସମସ୍ୟା ଭିତରେ ଗତି କରୁଥିବାରୁ ଚଳିତ ରଜରେ ରଜ ଗୀତ କିଛି ବଜାରକୁ ଆସିନି । ଏଇ ଅବସରରେ ଓଡ଼ିଶାର ଗଣ ପର୍ବକୁ ଆଖିରେ ରଖି ମନକୁ ରସାଣିତ କଲାଭଳି ଆଜି ୟୁଟ୍ୟୁବ ଚ୍ୟାନେଲ ସୁନହେରି ୟାଦେ ପକ୍ଷରୁ ମୁକ୍ତିଲାଭ କରିଛି ଏମ ଵି ସି ଇଭେଣ୍ଟ ମ୍ୟାନେଜମେଣ୍ଟ, ରାୟଗଡ ଦ୍ଵାରା ପ୍ରସ୍ତୁତ ଏକ ମନଛୁଆଁ ରଜ ଗୀତ ।
ଲେଖକ ଦ୍ବିତୀ ଚନ୍ଦ୍ର ସାହୁ ଏହାର ଗୀତ ରଚନା କରିଥିବାବେଳେ ସଙ୍ଗୀତ ସଜେଇବା ସହ କଣ୍ଠଦାନ କରିଛନ୍ତି ସ୍ଵନାମଧନ୍ୟ କଣ୍ଠଶିଳ୍ପୀ ଭୁବନେଶ୍ୱରୀ ପାତ୍ର । ସଙ୍ଗୀତ ପରିଚାଳନା କରିଛନ୍ତି ଅନୁପ କୁମାର ମହାନ୍ତି । ସୁଂଦର ଗୀତ, ମନଛୁଆଁ ସ୍ବର ସଂଯୋଜନା ଓ ଅପୂର୍ବ ସଂଗୀତର ଛୁଆଁରେ ଗୀତଟି ବେଶ ଶ୍ରୁତି ମଧୁର ହୋଇପାରିଛି । ପାରମ୍ପରିକ ଓ ଆଧୁନିକତାର ସୁଂଦର ଫ୍ୟୁଜନରେ ଭରା ଗୀତ ସବୁ ବର୍ଗର ଲୋକଙ୍କୁ ଛୁଇଁ ପାରିବ ବୋଲି ଆଶା କରାଯାଉଛି । ତେବେ ସାମାଜିକ ଗଣମାଧ୍ୟମରେ ଏହା ପ୍ରଥମ ଦିନରେ ଭଲ ଗ୍ରହଣିୟତା ଲାଭ କରିଥିବାବେଳେ ଓଡ଼ିଶାର ବିଭିନ୍ନ ଅଂଚଳର ଶ୍ରୋତା ଖୁବ୍ ପସନ୍ଦ କରୁଛନ୍ତି ବୋଲି ଗାୟିକା ପାତ୍ର ପ୍ରକାଶ କରିଛନ୍ତି ।