Odisha news

‘ ଦେଶର ସମ୍ମାନ ଠାରୁ ୱାର୍ଲଡ କପ ବଡ଼ ନୁହେଁ ‘ , ବଙ୍ଗଳାଦେଶ ଦେଲା ICC କୁ ଚେତାବନୀ

0

ICC ୨୦୨୬ ୱାଲର୍ଡ କପ ପୂର୍ବରୁ ବଙ୍ଗଳାଦେଶ ଓ ଭାରତ ମଧ୍ୟରେ ବର୍ତମାନ କେବଳ କ୍ରିକେଟ ରେ ସୀମିତ ନାହିଁ, ବଙ୍ଗଳାଦେଶ କ୍ରିକେଟ ବୋର୍ଡ ସଫା ସଫା ସଂକେତ ଦେଇଛି କି ଯଦି ବଙ୍ଗଳାଦେଶ ର ମ୍ୟାଚ ଭାରତରେ କରାଗଲା ତେବେ ୱାର୍ଲଡ କପ ରୁ ବାହାରିଯିବାର ବଡ଼ ନିଷ୍ପତି ମଧ୍ୟ ନିଆଯାଇପାରେ, ବଙ୍ଗଳାଦେଶ ଏହି ସମ୍ପୂର୍ଣ ମୁଦା କୁ ରାଷ୍ଟ୍ରୀୟ ସମ୍ମାନ ଓ ସୁରକ୍ଷା ସହିତ ଯୋଡ଼ି ICC ନିକଟରେ କଡା ଜବାବ ରଖିଛି, ବଙ୍ଗଳାଦେଶ କ୍ରିକେଟ ବୋର୍ଡ ର ଏହି ବୟାନ ପରେ କ୍ରିକେଟ ଜଗତରେ ହଲଚଲ ସୃଷ୍ଟି ହୋଇଛି l

କିନ୍ତୁ ବର୍ତମାନ ସୁଧା ବିଶିବି ର ଏହି ବୟାନ କୁ ନେଇ ICC ଓ BCCI ପକ୍ଷରୁ କୌଣସି ବୟାନ ଆସିନାହିଁ, କିନ୍ତୁ ବଙ୍ଗଳାଦେଶ କ୍ରିକେଟ ବୋର୍ଡ ର ବୟାନ କୁ ଦେଖିଲେ ଲାଗୁଚି ଆଗାମୀ ଦିନରେ ଏହା ଗୋଟିଏ ବଡ଼ ମୁଦା ଭାବରେ ଦେଖାଦେବ, ICC ଦ୍ୱାରା ବଙ୍ଗଳାଦେଶ ର ମ୍ୟାଚ କୁ ଶ୍ରୀଲଙ୍କା ସିଫ୍ଟ କରାଯିବାକୁ ମନା କରାଯିବା ପରେ BCB ର ଏଭଳି ବୟାନ ସାମ୍ନାକୁ ଆସିଥିଲା l

କିନ୍ତୁ ଆଇସିସି ଏହାକୁ ଖାରଜ କରିବା ପରେ ବଙ୍ଗଳାଦେଶ ସରକାର ଓ ବିଶିବି ଙ୍କ ମଧ୍ୟରେ ବୈଠକ ହୋଇଥିଲା, ଏବଂ ଏହି ବୈଠକ ପରେ ଏଭଳି ବୟାନ ସାମ୍ନାକୁ ଆସିଛି l ଯାହା ସଫା ସଫା ଜଣାପଡିଗଲା ଯେ ବଙ୍ଗଳାଦେଶ ସରକାର ଓ ବିସିବି ଙ୍କ ମତ କ୍ରିକେଟ କୁ ନେଇ ସମାନ ରହିଛି l ବିସିବି ର ଗୋଟିଏ ପ୍ରେସ କାରନଫରେନ୍ସ ରେ କୁହାଯାଇଛି ଯେ ଏହି ମାମଲା ବର୍ତମାନ କେବଳ କ୍ରିକେଟ କୁ ନେଇ ସୀମିତ ନାହିଁ, ଏହା ରାଷ୍ଟ୍ରୀୟ ଓ ରାଜନୈତିକ ସ୍ତରରେ କରାଯାଇଛି l ଯଦି ସୁରକ୍ଷା କାରଣରୁ ଆଇପିଏଲ ରୁ ବଙ୍ଗଳାଦେଶ ଖେଳାଳି ଙ୍କୁ ହଟାଇ ଦିଆଗଲା ତେବେ ଏହା ସଂକେତ ଦେଉଛି ଯେ ସ୍ଥିତି ସୁରକ୍ଷିତ ନୁହେଁ l

Leave A Reply