ନୂଆଦିଲ୍ଲୀ : ସ୍ୱିଜରଲ୍ୟାଣ୍ଡ ରେ ସାର୍ବଜନିକ ସ୍ଥାନରେ ବୁର୍ଖା ସମେତ ଯେ କୌଣସି ମୁହଁକୁ କଭର କରିବା ଉପରେ ବ୍ୟାନ ହୋଇଥିବା କାରଣରୁ ରବିବାର ଦିନ ଜନମତ ସଂଗ୍ରହ କରାଯାଇଥିଲା l ମତ ସଂଗ୍ରହ ପରେ ଜଣାପଡିଲା ଯେ ଅଧିକାଂଶ ସ୍ଵିସ ନାଗରିକ ଏହାକୁ ସମର୍ଥନ କରିଛନ୍ତି l ସ୍ୱିଜଲ୍ୟାଣ୍ଡରେ ଚେହେରା ଢାଙ୍କିବା ଉପରେ ବ୍ୟାନ ଲାଗିଥିବା କାରଣରୁ ଅଧିକାଂଶ ମୁସଲମାନ ଅସନ୍ତୁଷ୍ଟ ଅଛନ୍ତି l
ଏହାକୁ ନେଇ କ୍ୟାମ୍ପେନ ମଧ୍ୟ ଚାଲିଛି ,ଅଧିକାଂଶ ସ୍ଥାନରେ ବିଭିନ୍ନ ବୋର୍ଡ ଲଗାଯାଇ ବୁର୍ଖା ପିନ୍ଧିଥିବା ମହିଳାଙ୍କର ଫଟୋ ଲଗାଯାଇଛି l ଜଣେ ସାଂସଦ କହିଛନ୍ତି ଯେ ଆମର ଏଠାରେ ପରମ୍ପରା ରହିଛି ଆପଣ ନିଜର ଚେହେରା ଦେଖାନ୍ତୁ ,ଏହା ଆମର ଗୋଟିଏ ମୁଖ୍ୟ ସ୍ୱତନ୍ତ୍ରତା ଅଟେ l ଯଦି ଏହି ବ୍ୟାନ ଲଗାଯାଏ ତେବେ ସ୍ୱିଜରଲ୍ୟାଣ୍ଡର ମୁସଲମାନଙ୍କର ଅସନ୍ତୋଷ ଆହୁରି ବଢ଼ିଯିବ l ସ୍ୱିଜରଲ୍ୟାଣ୍ଡରେ ପୂର୍ବରୁ ୨ଟି ସ୍ଥାନରେ ମାସ୍କକୁ ନେଇ ବ୍ୟାନ ଲାଗିଛି l
ଜଣେ ସଦସ୍ୟ କହିଛନ୍ତି ଯେ ଏହି ଭୋଟିଂ ଇସ୍ଲାମ ବିରୁଦ୍ଧରେ ନୁହେଁ l କିନ୍ତୁ ବୁର୍ଖା ପିନ୍ଧିବା କଠୋର ମୁସଲମାନ ରାଜନୀତିର ଗୋଟିଏ ଅଂଶ ହୋଇଯାଇଛି l ୨୦୧୧ ରେ ଫ୍ରାନ୍ସରେ ଚେହେରା ଲୁଚାଇବାରେ ବ୍ୟାନ ହୋଇଥିଲା l ଡେ଼ନମାର୍କ ,ଅଷ୍ଟ୍ରିଆ ,ନେଦରଲ୍ୟାଣ୍ଡ ଓ ବୁଲଗେରିଆରେ ସାର୍ବଜନିକ ସ୍ଥାନରେ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧକ ରହିଛି l