ଏଲନ ମସ୍କଙ୍କ ମା କହିଲେ : ପରୀକ୍ଷାରେ ଅଧିକ ନମ୍ବର ରଖିବା ଦ୍ୱାରା ମଧ୍ୟ ଆଉଥରେ କାହିଁକି ପରୀକ୍ଷା ଦେଲେ ଏଲନ
ନୂଆଦିଲ୍ଲୀ :ବିଶ୍ୱ ପ୍ରସିଦ୍ଧ କମ୍ପାନୀ ଟେସ୍ଲା ଓ ସ୍ପେସଏକ୍ସ ର ସି ଇ ଓ ଏଲନ ମସ୍କଙ୍କ ମା ମାଏ ମସ୍କ ବୁଧୁବାର ଦିନ ଟ୍ୱିଟର ରେ ଫୋଟୋ ସେୟାର କରିଛନ୍ତି l ସେୟାର କରାଯାଇଥିବା ଫୋଟୋ ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ l କାରଣ ତାଙ୍କ ମା ଏଲନଙ୍କ ସହିତ ଯୋଡି ହୋଇଥିବା ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି l ସେ ପୂର୍ବରୁ ପାଠ ପଢ଼ାରେ କିପରିଥିଲେ ସେ ବିଷୟରେ ଜଣାଇଛନ୍ତି l ତାଙ୍କ ମା କହିଛନ୍ତି ଯେ ପରୀକ୍ଷାରେ ଅଧିକ ନମ୍ବର ଆସିବାରୁ ତାଙ୍କର ଆଉଥରେ ପରୀକ୍ଷା କରା ଯାଇଥିଲା l
ଦ୍ଵିତୀୟ ଥର ପରୀକ୍ଷାପରେ ମଧ୍ୟ ଏଲନ ସେତିକି ନମ୍ବର ରଖିଥିଲେ l ୧୯୮୯ର ଗୋଟିଏ ପତ୍ରକୁ ସେ ସେୟାର କରିଛନ୍ତି ଯେଉଁଥିରେ ଲେଖା ଯାଇଥିଲା ଏଲନଙ୍କର କମ୍ପ୍ୟୁଟରର ପରୀକ୍ଷା ଆଉଥରେ ନିଆଯିବ l ଫଳାଫଳ ଅତି ଚିତାକର୍ଷକ ଥିଲା l ତାଙ୍କ ମା ଟ୍ଵିଟରେ ଲେଖିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ତମେ ଜଣେ ଜ୍ଞାନୀ ଇଂଜିନିୟର ଅଟ l ଏଲନଙ୍କ ଜନ୍ମ ଦକ୍ଷିଣ ଆଫ୍ରିକାରେ ହୋଇଥିଲା l ତାଙ୍କ ମା କାନାଡ଼ାର ବସି ଅଟନ୍ତି ଓ ପେସାରେ ଜଣେ ମଡେଲ ଥିଲେ l
୧୯୮୦ ରେ ମା ଓ ବାପାଙ୍କ ବିଭାହ ବିଛେଦ ପରେ ଏଲନ ତାଙ୍କ ପିତାଙ୍କ ସହିତ ରହୁଥିଲେ l ସେ ଯେତେବେଳେ ୧୦ ବର୍ଷର ଥିଲେ ସେ କମ୍ପୁଟରରେ ନିଜର ରୁଚି ଦେଖାଇଥିଲେ l ୨୦୧୬ ରେ ଫୋବର୍ସ ପତ୍ରିକାରେ ଦୁନିଆର ସବୁଠୁ ଶକ୍ତିଶାଳୀ ଲୋକ ମାନଙ୍କ ଭିତରେ ୨୧ ତମ ସ୍ଥାନ ଗ୍ରହଣ କରିଥିଲେ l ୮ ଜାନୁଆରୀ ୨୦୨୧ସୁଦ୍ଧା ଏଲନଙ୍କର ସମସ୍ତ ସମ୍ପତ୍ତିର ମୂଲ୍ୟ ୧୮୪ ଆରବ ଆମେରିକୀୟ ଡଲାର ଥିଲା l ଏଲନ ମସ୍କ ସର୍ବଦା ନିଜର ନୂଆ ନୂଆ ଉଦ୍ଭାବନକୁ ନେଇ ଚର୍ଚାରେ ରହିଥାନ୍ତି l ଯେପରିକି ଲେବିଟେସନ ଟ୍ରେନ ,ଇଲେକ୍ଟ୍ରିକ କାର ,ଅନାରୀକ୍ଷା ଜଣ ଇତ୍ୟାଦି l