ବାରିପଦା : ବିଜୁ ପଟ୍ଟନାୟକ ସନ୍ତରଣା ଗାରରେ ଓଡିଶା ମିଲେଟ ମିଶନ ପକ୍ଷରୁ ଆନ୍ତର୍ଜାତୀୟ ମିଲେଟ ବର୍ଷ-୨୦୨୩ ପାଳନ ଅବସରରେ ଏକ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତାରେ ସର୍ବମୋଟ ୮୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ ଯୋଗଦେଇ ଭାଗନେଇଥିବା ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସନ୍ତରଣରେ ବିଜେତାଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ମିଲେଟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଶ୍ୱିନୀ କୁମାର ଦାସ, ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ମହାନ୍ତ, ଅଦିତି ଖାନ, ଫାଇନାନ୍ସ ଆସିଷ୍ଟାଣ୍ଟ ଅଭୟ କୁମାର ବେହେରା, ଆତ୍ମାର ଆକାଉଣ୍ଟାଣ୍ଟ ରାଜାରାମ ସାହୁ ଏବଂ ସନ୍ତରଣର ତୃଣମୂଳ ସଂଯୋଜକ ଅରୁଣ, ଜୁନିଅର କୋଚ୍ ଉମେଶ ଚନ୍ଦ୍ର ବେହେରା, ରାଉନେ୍ଦ ଟୁଡୁ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଭାବକ ମାନେ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ତାଙ୍କର ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ ।