Odisha news

ସୁଶାନ୍ତ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ “ବନ୍ଦ କରାଯାଉ ଏହି ତାମସା” ; କହିଲେ ପୂର୍ବ ବାନ୍ଧବୀ ଅଙ୍କିତା

0

ସୁଶାନ୍ତ ସିଂହ ରାଜପୁତଙ୍କ ଯିବାପରେ ପ୍ରତ୍ୟକଟି ବ୍ୟକ୍ତି ତାଙ୍କୁ ମନେ ପାକୁଛନ୍ତି l ସୁଶାନ୍ତ ଜୁନ ୧୪ ତାରିଖରେ ମୃତ୍ୟୁ ବରଣ କରିଥିଲେ l ଵର୍ତମାନ ସୁଦ୍ଧା ତାଙ୍କର ପ୍ରଶଂସକ ମାନେ ତାଙ୍କୁ ଭୁଲି ପାରିନାହାନ୍ତି l ସୁଶାନ୍ତଙ୍କ ପୂର୍ବ ବାନ୍ଧବୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି l ମିଳିଥିବା ସୂଚନା ଅନୁସାରେ ସୁଶାନ୍ତଙ୍କ ମାନସିକ ଦୁଶ୍ଚିନ୍ତାକୁ ନେଇ ଅଙ୍କିତl କହିଛନ୍ତି “ମୁଁ ସୁଶାନ୍ତଙ୍କୁ ବିଗତ କେତେ ବର୍ଷରୁ ଖୁବ ଭଲଭାବରେ ଜାଣିଛି l ମୁଁ ଜାଣିଛି ସେ କଦାପି ଏପରି କରିବେ ନାହିଁ ,ଯେତେବେଳେ ସେ ମୋସହିତ ରହୁଥିଲେ ମୁଁ ତାଙ୍କୁ ଦେଖିଚି ଅନ୍ୟମାନଙ୍କୁ କିପରି ଉତ୍ସାହିତ କରିଥାନ୍ତି l ”

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଏହି କଥାକୁ କଦାପି ଗ୍ରହଣ କରି ପାରୁନାହିଁ ,ମୁଁ ଗତ ୪ ବର୍ଷ ହେଲା ସୁଶାନ୍ତଙ୍କ ସହ ନଥିଲି କିନ୍ତୁ ମୁଁ ତାଙ୍କ ସହିତ ୭ ବର୍ଷ ରହି ଦେଖିଚି l ସେ ନିଜର ସ୍ବପ୍ନ ,ଡ୍ୟାନ୍ସ ,ଟ୍ୟାଲେଣ୍ଟ ଓ ଆକ୍ଟିଙ୍ଗ ସବୁ କିଛି ପାଇଁ ଉତ୍ସାହିତ ରହୁଥିଲେ ସେ କଦାପି ଏପରି କରିପାରିବେ ନାହିଁ l ତାଙ୍କ ବିଷୟରେ ଭୁଲ କଥା କୁହାଯାଉଛି l ମାନସିକ ଦୁଶ୍ଚିନ୍ତାର ଶିକାର ହେବାପାଇଁ କୌଣସି କାରଣ ଦରକାର ,ସେ ନିଜର କ୍ୟାରିୟରରେ ଖୁବ ଭଲ ଉନ୍ନତି କରୁଥିଲେ l 5ଯେତେବେଳେ ମୋ ସହିତ କ୍ୟାରିୟର ଆରମ୍ଭ କରିଥିଲେ ସେତେବେଳେ ଷ୍ଟ୍ରଗଲ କରୁଥିଲେ କିନ୍ତୁ ବର୍ତ୍ତମାନ ଗୋଟିଏ ଭଲ କଳାକାର ଭାବରେ ଗଣା ହେଉଥିଲେ l

ଅଙ୍କିତl ପୁଣି କହିଛନ୍ତି ଯେ ଏହା ପଛରେ କୌଣସି ଗୋଟିଏ କାରଣ ରହିଛି l ଏପରି କିଛି କଥା ଥିଲା ଯାହା ତାଙ୍କୁ କଷ୍ଟ ଦେଉଥିଲା ଯେଉଁ କାରଣରୁ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ l ସେ ଜଣେ ସୁଦୃଢ ମାନସିକ ବ୍ୟକ୍ତି ଥିଲେ l ବର୍ତ୍ତମାନ ଏହି ତାମସା ବନ୍ଦ ହୋଇଯିବ ଆବଶ୍ୟକ l ସୁଶାନ୍ତ ଓ ଅଙ୍କିତାଙ୍କ ଯୋଡି ସମସ୍ତ ପ୍ରଶଂସକ ଖୁବ ପସନ୍ଦ କରୁଥିଲେ l କିନ୍ତୁ ଅଚାନକ ଦୁଇଜଣ ଅଲଗା ହୋଇଯିବ ଦ୍ୱାରା ତାଙ୍କ ପ୍ରଶଂସକ ମାନଙ୍କୁ ନିରାଶ ହେବାକୁ ପଡିଥିଲା l ଦୁଇଜଣଙ୍କର କ୍ୟାରିୟର ପବିତ୍ର ରିସ୍ତା ଧାରାବାହିକରୁ ଆରମ୍ଭ ହୋଇଥିଲା l ଏହି ଧାରାବାହିକରୁ ଉଭୟଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା ,୭ ବର୍ଷ ଏକାଠି ରହିବl ପରେ ଅଲଗା ହୋଇଯାଇଥିଲେ l

 

Leave A Reply