Odisha news

ସୁଶାନ୍ତଙ୍କ ପାଇଁ ବାବା ରାମଦେବଙ୍କ ଯଜ୍ଞ

0

ନୂଆଦିଲ୍ଲୀ :ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟ ବର୍ତମାନ ସୁଦ୍ଧା ସମାଧାନ ହୋଇ ପାରୁନାହିଁ l ଏହି ଘଟଣାକୁ ୨ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବିଭିନ୍ନ ପ୍ରକାର ତଥ୍ୟ ସାମ୍ନାକୁ ଆସୁଛି ଓ ଏହି କେସରେ ରାଜନୈତିକ ସମ୍ପୃକ୍ତି ମଧ୍ୟ ଦେଖିବାକୁ ମିଳୁଛି l ବର୍ତମାନ ବାବା ରାମଦେବ ଏହି ମାମଲାରେ ଟ୍ୱିଟ କରିଛନ୍ତି ଓ ସୁଶାନ୍ତ ଓ ତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ଆଶା ରଖିଛନ୍ତି l

ବାବା ରାମଦେବ ନିଜ ଟ୍ୱିଟର ଆକାଉଣ୍ଡରେ ଗୋଟିଏ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ,ଯେଉଁଥିରେ ରାମଦେବଙ୍କ ସହିତ କିଛି ଲୋକ ଯଜ୍ଞ କରୁଥିବାର ଦେଖା ଯାଇଛି l ଏହି ଭିଡିଓର କ୍ୟାପ୍ସନରେ ବାବା ରାମଦେବ ଲେଖିଛନ୍ତି ଯେ ମୁଁ ସୁଶାନ୍ତଙ୍କ ପରିବାର ସହିତ କଥା ହେଲି,ତାଙ୍କ ଦୁଃଖ ଶୁଣି ମୋ ହୃଦୟ କମ୍ପି ଉଠିଲା l ଆମେ ସମସ୍ତେ ପତଞ୍ଜଳି ଆଶ୍ରମରେ ସେହି ସ୍ବର୍ଗୀୟ ଅଭି ନେତାଙ୍କ ପାଇଁ ପ୍ରାଥନା କରୁଛୁ ,ସୁଶାନ୍ତ ରାଜପୁତ ଓ ତାଙ୍କ ପରିବାରକୁ ନ୍ୟାୟ ମିଳୁ l

ସୂଚନା ଯୋଗ୍ୟ ଯେ ଜୁନ ୧୪ ତାରିଖରେ ସୁଶାନ୍ତ ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ l ମୁମ୍ବାଇ ପୋଲିସ ସୁଶାନ୍ତକ ଆତ୍ମହତ୍ୟାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନକରି ଥିବାର ଅଭିଯୋଗ ହୋଇଥିଲା l କଙ୍ଗନା ରାଣାବତ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ବଲିଉଡର ନେପୋଟିଯିମ ଦାଇ ବୋଲି କହିଥିଲେ l ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିଜେପି ଓ ଶିବସେନାର ନେତାଙ୍କ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ବର୍ତମାନ ମଧ୍ୟ ଜାରି ରହିଛି l

Leave A Reply