ନୂଆଦିଲ୍ଲୀ : କଳାକାର ସୁଶାନ୍ତ ସିଂହଙ୍କ ଭଉଣୀ ମଙ୍ଗଳବାର ଦିନ ED ଅଫିସରେ ହଜାର ହୋଇଥିଲେ ,ଯେଉଁଠି ତାଙ୍କ ଭାଇର ମୃତ୍ୟୁ ମାମଲାରେ ମନି ଲଣ୍ଡ୍ରିଙ୍ଗର ଯାଞ୍ଚ କରୁଥିବା ବେଳେ ମିନୁ ସିଂହଙ୍କ ବୟାନ ଦର୍ଜ କରାଯାଇଛି l ଏହା ପ୍ରଥମଥର ହୋଇଛି ଯେ ସୁଶାନ୍ତଙ୍କ ପରିବାରର କୌଣସି ସଦସ୍ୟ EDର ଯାଞ୍ଚରେ ସାମିଲ ହୋଇଛନ୍ତି l ମିନୁ ମୁମ୍ବାଇରେ ରୁହନ୍ତି ଓ ପରିବାରର ଏକ ମାତ୍ର ସଦସ୍ୟ ଥିଲେ ଯିଏ ଜୁନ ୧୪ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ପରେ ବାନ୍ଦ୍ରାର ଫ୍ଲାଟରେ ପହଂଚିଥିଲେ l
ବିହାର ପୋଲିସର ପ୍ରାଥମିକ ଯାଞ୍ଚରେ ତାଙ୍କ ପରିବାର ଦ୍ୱାରା ଉଠାଯାଇଥିବା ବିତିୟ ପ୍ରଶ୍ନକୁ ନେଇ ଜୁଲାଇ ୩୧ ରେ ED ନିଜ ହାତକୁ ନେଇଥିଲା l ED ଅଧିକାରୀଙ୍କ କହିବା ଅନୁସାରେ ମିନୁ ସିଂହଙ୍କୁ ତାଙ୍କ ଭାଇଙ୍କ ଆର୍ଥିକ ସ୍ତିତି ବିଷୟରେ ପଚାର ଯାଇଥିଲା ,କିପରି ତାଙ୍କ ଭାଇଙ୍କ ଆକାଉଣ୍ଡରୁ ଅର୍ଥ କମିବାକୁ ଲାଗିଥିଲା ଓ କାହା ସହିତ ପଇସାର ଲେନଦେନ କରୁଥିଲେ l ED ତାଙ୍କୁ ରିୟା ଓ ସୁଶାନ୍ତଙ୍କ ସହିତ ତାଙ୍କ ପରିବାର ସଦସ୍ୟଙ୍କର କିପରି ସମ୍ପର୍କ ଥିଲା ସେବିଷୟରେ ମଧ୍ୟ ପଚାରିଛି l
ସୁଶାନ୍ତଙ୍କ ପିତା ଓ ଭଉଣୀ ରାଣୀ ସିଂହଙ୍କ ବୟାନ CBI ଦ୍ୱାରା ଦର୍ଜ କରାଯାଇଛି ଓ ଏହାର ଗୋଟିଏ ଦିନ ପରେ ମିନୁ ED ସାମ୍ନାରେ ଉପସ୍ଥିତ ହେଇଥିଲେ l ମିଳିଥିବା ସୂଚନା ଅନୁସାରେ ED ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କ ଉପରେ କଠିନ ପଦକ୍ଷପ ନେଇ ତାଙ୍କର ଫୋନ ଜବତ କରାଯାଇଛି l ଏହି ମାମଲାର ଯାଞ୍ଚ କରିବା ପାଇଁ CBI ର ଗୋଟିଏ ସ୍ପେଶାଲ ଟିମ ଗଠନ କରାଯାଇଛି l CBI ୬ ଜଣଙ୍କ ବିରୁଦ୍ଧରେ ଏଫଆଇଆର ଦର୍ଜ କରିଛି ,ଯେଉଁଥିରେ ରିୟା ,ତାଙ୍କ ପିତା ଇନ୍ଦ୍ରଜିତ ,ଭାଇ ସୋଵିକ ,ମା ସନ୍ଧ୍ୟା ,ସେମୁଅଲ ମିରିନ୍ଦା ,ସୁଶାନ୍ତଙ୍କ ହାଉସ ମ୍ୟାନେଜର ଓ ସୁଶାନ୍ତଙ୍କ ବିଜନେସ ମ୍ୟାନେଜର ସୃତି ମୋଦିଙ୍କ ନାମ ସାମିଲ ଅଛି l
