Odisha news

ବାଲ୍ୟ ବିବାହ ଚାଲିଥିବାବେଳେ ନାବାଳିକାକୁ ଉଦ୍ଧାର କଲା ସି.ଡବ୍ଲୁ.ସି.

0

ସାଲେପୁର : ଆଜି ସାଲେପୁର ଅଞ୍ଚଳରେ ବାଲ୍ୟ ବିବାହ ଚାଲିଥିଲାବେଳେ କୌଣସି ସୂତ୍ରରୁ ଖବର ପାଇଁ ସି.ଡବ୍ଲୁ.ସି. କଟକ, ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର କର୍ମକର୍ତ୍ତା ଓ ସାଲେପୁର ସି.ଡି.ପି.ଓ ପୁଲିସ ସହାୟତାରେ ଚଢ଼ଉ କରି ଚାଲିଥିବା ବାଲ୍ୟ ବିବାହକୁ ବନ୍ଦ କରିବା ସହ ନାବାଳିକାକୁ ଉଦ୍ଧାର କରି ସି.ଡବ୍ଲୁ.ସି.ରେ ହାଜର କରାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ସାଲେପୁର ଥାନା ଅନ୍ତର୍ଗତ ରୋଧପୁର ଗ୍ରାମରେ ଜଣେ ନବମ ଶ୍ରେଣୀ ପାଶ୍ କରିଥିବା ୧୫ବର୍ଷୀୟା ନାବାଳିକାକୁ ତା’ର ପରିବାର ଲୋକେ ବିବାହ କରାଉଥିଲେ ।

ଏ ସଂପର୍କରେ ଖବର ପାଇ କଟକ ସି.ଡବ୍ଲୁ.ସି.ର ସଂଯୋଜକ ନାରାୟଣ ଶୁକ୍ଳ, ସାଲେପୁର ସି.ଡି.ପି.ଓ. ସୁଷମା ମହାପାତ୍ର, ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ରାଜ୍ୟ ସଭାନେତ୍ରୀ ସସ୍ମିତା ଦାସ ପ୍ରମୁଖ ସାଲେପୁରରେ ପହଞ୍ଚô ସାଲେପୁର ପୁଲିସ ସହାୟତାରେ ରୋଧପୁର ଗ୍ରାମରେ ଚଢ଼ଉ କରି ବାଲ୍ୟ ବିବାହ ଚାଲିଥିବା ସମୟରେ ନାବାଳିକାକୁ ଉଦ୍ଧାର କରିବା ସହ ସି.ଡବ୍ଲୁ.ସି.ରେ ହାଜର କରାଇଛନ୍ତି । ଏ ସଂପର୍କରେ ସାଲେପୁର ସି.ଡି.ପି.ଓ. ସାଲେପୁର ଥାନାରେ ଏକ ଲିଖିତ ଏତଲା ଦେଇଥିବା ସେ ପ୍ରକାଶ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

IEC 2 years
Leave A Reply