Odisha news

ପ୍ରତି ରବିବାର ଦିନ ଯଦି ସୂର୍ଯ୍ୟ ଦେବ ଙ୍କୁ କରିବେ ଏଭଳି ପୂଜା ତେବେ ବଦଳି ଯିବ ସଂପୂର୍ଣ୍ଣ ଭାଗ୍ୟ

0
ହିନ୍ଦୁ ପୌରାଣିକ କଥା ଅନୁସାରେ ସୂର୍ଯ୍ୟ ଦେବଙ୍କୁ ବ୍ରହ୍ମାଣ୍ଡର ଆତ୍ମା କୁହାଯାଏ । ରବିବାର ଦିନ ସୂର୍ଯ୍ୟ ପୂଜା କରିବାର ମହତ୍ତ୍ଵ ଆମ ହିନ୍ଦୁ ଧର୍ମରେ ରହି ଆସିଛି । ହିନ୍ଦୁ ଧର୍ମରେ ସୂର୍ଯ୍ୟ ଦେବଙ୍କୁ ପଞ୍ଚଦେବ ଙ୍କ ମଧ୍ୟରେ ମୁଖ୍ୟ ବୋଲି ଗଣନା କରାଯାଏ । ତାଙ୍କର ଉପାସନା କରିବା ଦ୍ୱାରା ଜ୍ଞାନ , ସୁଖ, ସ୍ଵାସ୍ଥ୍ୟ, ସଫଳତା, ପ୍ରସିଦ୍ଧି, ଇତ୍ୟାଦି ପ୍ରାପ୍ତ ହୋଇଥାଏ । ପ୍ରତିଦିନ ସୂର୍ଯ୍ୟ ପୂଜା କରିବା ଦ୍ୱାରା ଆସ୍ଥା ଓ ବିଶ୍ୱାସ ଉତ୍ପର୍ଣ୍ଣ ହୋଇଥାଏ ।
ଜାଣନ୍ତୁ ସୂର୍ଯ୍ୟ ପୂଜାର ଲାଭ –
* ସୁର୍ଯ୍ୟ ପୂଜା ମଣିଷ ମନର ହିଂସା, କ୍ରୋଧ, ଅହଙ୍କାର, ଲୋଭ, ମୋହ, କପଟତା, ଓ ଖରାପ୍ ଭାବନାକୁ ଦୁର କରିଥାଏ ।
* ସୁର୍ଯ୍ୟ ଦେବଙ୍କ ପୂଜା କୋମଳ ସ୍ଵଭାବ ଓ ପବିତ୍ରତା ପ୍ରଦାନ କରିଥାଏ ।
* ସୁର୍ଯ୍ୟ ପୂଜା ମଣିଷ କୁ ବିଦ୍ୱାନ ଓ ବୁଦ୍ଧିମାନ କରିଥାଏ ଓ ବାଣୀ ରେ ମଧୁରତା ଆଣିଥାଏ ।
* ସୁର୍ଯ୍ୟ ପୂଜା ମଣିଷ କୁ ପର ଉପକାରୀ ଓ ନିର୍ଭୀକ କରିଥାଏ ।
* ସୂର୍ଯ୍ୟପୂଜା କରୁଥିବା ବ୍ୟକ୍ତି ଯଶଶ୍ଵି , ତେଜସ୍ଵୀ , ବଳବାନ୍ ହୋଇଥାଏ । ସମସ୍ତ କଠିନ ପରିସ୍ଥିତିରୁ ମୁକ୍ତି ପାଇଥାଏ ।
କିପରି କରିବେ ସୂର୍ଯ୍ୟ ପୂଜା –
ସୂର୍ଯ୍ୟଙ୍କର ପ୍ରଥମ କିରଣ ସଫଳତା ଆଡ଼କୁ ପ୍ରେରଣା ଦେଇଥାଏ । ରବିବାର ଦିନ ସୂର୍ଯ୍ୟ ପୂଜା କରିବା ଦ୍ୱାରା ଜୀବନରେ ଧନ ସଂପତ୍ତି ଓ ଯଶ ବୃଦ୍ଧି ହୋଇଥାଏ ।
ସକାଳୁ ଗାଧୋଇ ସାରି ଗୋଟିଏ ତମ୍ବା ପାତ୍ରରେ ଜଳ ଭରନ୍ତୁ , ଏହାପରେ ଚନ୍ଦନ ସିନ୍ଦୂର, ନାଲି ଫୁଲ, ଅର୍କ, ଇତ୍ୟାଦି ଅର୍ପଣ କରନ୍ତୁ । ଏହାପରେ ଭୂମି ରେ ପ୍ରଣାମ କରି ନିଜର ସଫଳତା , ଯଶ , ନିରୋଗି ରହିବାର ପ୍ରା ର୍ଥ ନା କରନ୍ତୁ ।
Nalco
Leave A Reply