Odisha news

କାଫିନ କେବଳ ଶରୀର ପାଇଁ କ୍ଷତିକାରକ ନୁହେଁ, ରକ୍ଷା କରିଥାଏ ଏହିସବୁ ଶାରୀରିକ ସମସ୍ୟାରୁ

0

ଚା , କଫି କିମ୍ବା କିଛି ପାନୀୟ ସେବନ ଦ୍ୱାରା ଆମକୁ ତୁରନ୍ତ ଏନର୍ଜି ଆସି ଯାଇଥାଏ l  ଏହାର ମୁଖ୍ୟ କାରଣ କାଫିନ ହୋଇଥାଏ l କାଫିନ ଦ୍ୱାରା ଶରୀର କୁ ଇନ୍ସଟାଣ୍ଟ ଏନର୍ଜି ମିଳିଥାଏ l  ଯାହାକି ଆମେ ଅନେକ ସମୟରେ ଶୁଣିଛୁ ଯେ ଏହାଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ ବୋଲି ଆମେ ଜାଣିଥାଉ, କିନ୍ତୁ ଆପଣ କଣ ଶୁଣିଛନ୍ତି କାଫିନ ଶରୀର ପାଇଁ କ୍ଷତିକାରକ କଣ କେବେ ଶୁଣିଛନ୍ତି ଏହି କାଫିନ ଶରୀର ପାଇଁ ମଧ୍ୟ ଖୁବ ହିତକର ହୋଇଥାଏ l କିନ୍ତୁ ଏହାକୁ ସେବନ କରିବା ସମୟରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ l  ଗୋଟିଏ ଅଧ୍ୟୟନ ଅନୁସାରେ ଏଭଳି ତଥ୍ୟ ସାମ୍ନା କୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ l

ମଧୁମେହ ସମସ୍ୟା ଦୂର ହୋଇଥାଏ -:
ମିଳିଥିବା ସୂଚନା ଅନୁସାରେ ନିକଟରେ ଜର୍ଣ୍ଣାଲ ବିଏମଏଜ ମେଡ଼ିସିନ ର ଗୋଟିଏ ଗବେଷଣା ଅନୁସାରେ କାଫିନ ର ଗୋଟିଏ ନିର୍ଦ୍ଧିଷ୍ଟ ମାତ୍ରା ମୋଟାପଣ , ହାର୍ଟ ରୋଗର ବିପଦ, ଟାଇପ 2 ମଧୁମେହ ସମସ୍ୟା ପାଇଁ ହିତକର l  କିନ୍ତୁ ଧ୍ୟାନ ରଖିବା ଆବଶ୍ୟକ ଯେ ଏହି କାଫିନ କ୍ୟାଲୋରୀ ଫ୍ରି ହୋଇଥିବା ଆବଶ୍ୟକ l  ଯଦି ଏହା କ୍ୟାଲୋରୀ ଫ୍ରି ହୋଇ ରହି ନଥିବ ତେବେ ଶରୀର ପାଇଁ କ୍ଷତିକାରକ ହୋଇପାରେ l

ଅଧିକ ସେବନ କରନ୍ତୁ ନାହିଁ କାଫିନ –
ଟାଇପ 2 ମଧୁମେହ ଏଥିପାଇଁ ହୋଇଥାଏ, ଯେତେବେଳେ ଶରୀର ଇନ୍ସୁଲିନ ଉତ୍ପନ କରିପାରି ନଥାଏ କିମ୍ବା ଏହାର ଉତ୍ପାଦନ ରେ କୌଣସି ପ୍ରକାର ଅସୁବିଧା ଉତ୍ପନ ହୋଇଥାଏ l ଗବେଷଣାରୁ ଜଣା ପଡିଛି ଯେ କ୍ୟାଲୋରୀ ଫ୍ରି କାଫିନ ଅତାଧିକ ସେବନ ଶରୀର ପାଇଁ ଠିକ ନୁହେଁ l

କାଫିନ ରଖିଥାଏ ହାର୍ଟ କୁ ସୁସ୍ଥ –
କ୍ୟାଲୋରୀ ଫ୍ରି କାଫିନ ଶରୀର ପାଇଁ ହିତକର ହୋଇଥିଲେ ମଧ୍ୟ ଅତ୍ୟଧିକ ସେବନ ପ୍ରତ୍ୟେକ ଜିନିଷ ର ଶରୀର ପାଇଁ କ୍ଷତିକାରକ ଅଟେ l ସେହିଭଳି ଯଦି ଆପଣ ନିୟମିତ ଭାବରେ ସାମାନ୍ୟ ମାତ୍ରାରେ କ୍ୟାଲୋରୀ ଫ୍ରି କାଫିନ ସେବନ କରିବେ ତେବେ ଏହା ଆପଣଙ୍କ ହାର୍ଟ କୁ ସୁସ୍ଥ ରଖିବ ବୋଲି ଏହି ଗବେଷଣା ରେ କୁହାଯାଇଛି l  ଅଧ୍ୟୟନ ରୁ ଜଣା ପଡିଛି ଯେ ଚା ହେଉ କିମ୍ବା କଫି ଯଦି ଆମେ ଏହାକୁ ସାମାନ୍ୟ ମାତ୍ରାରେ ଓ କ୍ୟାଲୋରୀ ଫ୍ରି ଭାବରେ ସେବନ କରିବା ଏହା ଆମ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବ l

Nalco
Leave A Reply