Odisha news

ତିନି ମାସ ଧରି ଏହି ଗାଁ ରହିଥାଏ ସମ୍ପୁର୍ଣ୍ଣ ଅନ୍ଧାର : ଲୋକମାନେ ତିଆରି କଲେ ନିଜ ଗାଁ ପାଇଁ ସୂର୍ଯ୍ୟ

ନୂଆଦିଲ୍ଲୀ : ଆମ ପୃଥିବୀ ପୃଷ୍ଠରେ ଏପରି ସବୁ ସ୍ଥାନ ରହିଛି ଯାହା ବିଷୟରେ ଆମେ ଜାଣି ନଥାଉ । ଇଟାଲୀ ରେ ଏପରି ଗୋଟିଏ ଗ୍ରାମ ରହିଛି ଯେଉଁଠି ୩ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ରହି ନଥାଆନ୍ତି ଅର୍ଥାତ୍ ତିନି ମାସ ସୂର୍ଯ୍ୟଙ୍କ କିରଣ ଆସି ନଥାଏ । କିନ୍ତୁ କୁହାଯାଏ ଯେ ଆବିଷ୍କାର ହିଁ ଆବଶ୍ୟକ ର ଜନନୀ । କିଛି ଏହିଭଳି ଦେଖିବାକୁ ମିଳିଥିଲା ଏହି ଗ୍ରାମ ରେ ଲୋକମାନେ ଆଲୋକ ପାଇବା ପାଇଁ ତିଆରି କଲେ ଅର୍ଟିଫିଶିଆଲ୍ ସୂର୍ଯ୍ୟ ।
ଇଟାଲୀ ର ଏହି ଗ୍ରାମର ନାମ ହେଉଛି ବିଗ ନେଲା , ଯାହା ଇଟାଲୀ ର ଉତ୍ତର ଦିଗରେ ଅବସ୍ଥିତ । ଏହି ଗ୍ରାମ ଟି ଚାରି ପାଖରେ ପାହାଡ ଓ ଜଙ୍ଗଲ ଘେରି ହୋଇ ରହିଛି । ତେଣୁ ଖାସ୍ କରି ଶୀତ ଋତୁରେ ନଭେମ୍ବର ରୁ ନେଇ ଫେବୃଆରୀ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟଙ୍କ ଆଲୋକ ଦେଖିବାକୁ ମିଳି ନଥାଏ ଓ ଗାଁ ଟି ଅନ୍ଧାରରେ ରହିଥାଏ ।
ଏହି ଗ୍ରାମର ଲୋକମାନେ ୨୦୦୬ ରେ ୧୦୦୦୦୦ ୟୁରୋ ବିନିମୟରେ ୮ମିଟର ଲମ୍ବା ଓ ୫ ମିଟର ଚଉଡ଼ା ର ଗୋଟିଏ ଷ୍ଟିଲ ପ୍ଲେଟ ନିର୍ମାଣ କଲେ । ଯାହା ଉପରେ ସୂର୍ଯ୍ୟଙ୍କ କିରଣ ପଡ଼ିବା ଦ୍ଵାରା ସାରା ଗ୍ରାମ ଆଲୋକିତ ହୋଇ ଗଲା ।
ସୂର୍ଯ୍ୟଙ୍କ ମାର୍ଗ ଅନୁସରଣ କରିବା ପାଇଁ ଏହାକୁ କମ୍ପ୍ୟୁଟର ସହିତ ଯୋଡ଼ଗଲା । ସେହି ଗ୍ରାମର ମେୟର କହିଥିଲେ ଯେ “ଏହା ଆମ ପାଇଁ ଖୁବ୍ କଷ୍ଟ ଦାୟକ ଥିଲା । କାରଣ ସବୁ ଜିନିଷ ଯୋଗାଡ଼ କରିବା , ଯାନ୍ତ୍ରିକ ସୁବିଧା ଉପଲବ୍ଧ ହେବା ଓ ସବୁଠୁ ବଡ଼ କଥା ହେଲା ଅର୍ଥ ଯୋଗାଡ ।
ବୈଜ୍ଞାନିକ ମାନେ କହିଛନ୍ତି ଯେ ଏହି ଷ୍ଟିଲ ଦର୍ପଣ ଦ୍ଵାରା ଗ୍ରାମ ବାସୀଙ୍କୁ ଆଲୋକ ମିଳି ପାରିଲା ତାହା ହେଉଛି ସବୁଠୁ ବଡ଼ କଥା । ଏହି ଷ୍ଟିଲ ଦର୍ପଣ ସହାୟତା ରେ ଗ୍ରାମ ବାସୀଙ୍କୁ ୬ ଘଣ୍ଟା ଧରି ସୂର୍ଯ୍ୟଙ୍କ କିରଣ ମିଳି ପାରୁଛି।

Comments are closed.