ହିତାଧିକାରୀମାନଙ୍କୁ ପିଡିଏସ୍ ସାମଗ୍ରୀ ବଣ୍ଟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ , ୮୪,୩୧,୪୯୪ କାର୍ଡଧାରୀ ପରିବାରଙ୍କୁ ନଗଦ ରିଲିଫ୍ ଆକାରରେ ୮୪୩ କୋଟି ୧୪ ଲକ୍ଷ ୯୪ ହଜାର ଟଙ୍କା ବଣ୍ଟନ
ଭୁବନେଶ୍ୱର : ୨୦ ଅପ୍ରେଲ୍,୨୦୨୦ : କରୋନା ସଂକ୍ରମଣ (କୋଭିଡ୍-୧୯)ର ମୁକାବିଲା ନିମନ୍ତେ ସାରା ରାଜ୍ୟରେ ଲକ୍ ଡାଉନ୍ (ତାଲାବନ୍ଦ) ଜାରି କରାଯାଇଥିବାବେଳେ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ନିମନ୍ତେ ସାମାଜିକ ଦୂରତା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ କରି ହିତାଧିକାରୀମାନଙ୍କ ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅପ୍ରେଲ୍, ମଇ ଓ ଜୁନ୍ ତିନିମାସର ଆଗୁଆ ପିଡିଏସ୍ ସାମଗ୍ରୀ ଯୋଗାଇ ଦିଆଯାଉଛିା ଏହି ପରିପ୍ରେକ୍ଷୀରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟକୁ ଆବଣ୍ଟିତ ଚାଉଳ ଓ ଗହମ ମଧ୍ୟରୁ ଏ ପର୍ଯ୍ୟନ୍ତ ୯୯ ପ୍ରତିଶତ ଉଠାଣ କରାଯାଇ ସୁଲଭ ମୂଲ୍ୟ ଦୋକାନଗୁଡ଼ିକ ଯୋଗାଇ ଦିଆଯାଇଛିା ରାଜ୍ୟର ୩.୩ କୋଟିରୁ ଊର୍ଦ୍ଧ୍ୱର୍ ହିତାଧିକାରୀଙ୍କୁ ଏହି ତ୍ରୈମାସିକ ରାସନ ଯୋଗାଇ ଦିଆଯାଉଛିା ଆଜି ପର୍ଯ୍ୟନ୍ତ ୭୭ ଲକ୍ଷ ୬୬ ହଜାର ୩୨୩ ଜଣ ରାସନ୍ କାର୍ଡଧାରୀ ପରିବାରଙ୍କୁ ଆଗୁଆ ତୈ୍ରମାସିକ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛିା
ଏଥି ସହିତ ୨୧ ମାର୍ଚ୍ଚରୁ ୧୯ ଅପ୍ରେଲ ମଧ୍ୟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବେ ୨୭,୫୩୭ଟି ପରିବାରର ୭୫,୧୮୧ ଜଣ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ହିତାଧିକାରୀଙ୍କ ସାମିଲ ପ୍ରକ୍ରିୟା ଜାରି ରହିଛିା
ସେହିପରି କୋଭିଡ୍-୧୯ ପରିପ୍ରେକ୍ଷୀରେ ସମସ୍ତ ରାସନ୍ କାର୍ଡଧାରୀମାନଙ୍କୁ ନଗଦ ରିଲିଫ୍ ଆକାରରେ ୧୦୦୦ ଟଙ୍କା ଲେଖାଏଁ ଯୋଗାଇ ଦିଆଯିବା ପରିପ୍ରେକ୍ଷୀରେ ଆଜି ସୁଦ୍ଧା ୮୪ ଲକ୍ଷ ୩୧ ହଜାର ୪୯୪ ଜଣ କାର୍ଡଧାରୀ ପରିବାରଙ୍କୁ ମୋଟ ୮୪୩ କୋଟି ୧୪ ଲକ୍ଷ ୯୪ ହଜାର ଟଙ୍କା ଯୋଗାଇ ଦିଆଯାଇଛିା