Odisha news

ପୋଲିସ ଓ ଅବକାରୀ ବିଭାଗର ମିଳିତ ଛଡାଉ। ୨ ହଜାର ପୋଚ ଓ ୨ ଶହ ଲିଟର ଚୋରା ଦେଶୀ ମଦ ନଷ୍ଟ କରାଗଲା।

0
ବୋରିଗୁମ୍ମା (K.sakil dora)–ମହାମାରୀ କରୋନା ଭାଇରସ ସକାଶେ କେନ୍ଦ୍ର ଓ ରାଜ୍ୟ ସରକାର ଲକ ଡାଉନ ଚାଲୁଥିବା ବେଳେ ଅତ୍ୟାବଶକ ସାମଗ୍ରୀ ଦୋକାନ ଖୋଲା ଯାଉଛି। ମାଦକ ଦ୍ରଵ୍ୟ ଯଥା ମଦ, ଗୁତୁଖା ଭଳି ସମ୍ପୂର୍ଣ୍ଣ ଭାବେ ବେଆଇନ କରାଯାଇଛି। ବିଦେଶୀ ମଦ ଦୋକାନ ଓ ସରକାରୀ ଦେଶୀ ଭାଟି କୁ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ଭାବେ ସିଲ କରିଛନ୍ତି। ଏହାର ଫାଇଦା ନେଉଛନ୍ତି ମଦ ମାଫିଆ। ବିଭିନ୍ନ ସ୍ଥାନରେ ଚୋରା ଦେଶୀ ମଦ ପ୍ରସ୍ତୁତ କରୁଥିବା ଅଭିଯୋଗ ହେଉଛି। କୌଣସି ସ୍ଥାନରେ ମଦ ନ ମିଳିବା ଯୋଗୁଁ ମଦ ମାଫିଆ ମାନେ ନିଜର କାୟା ବିସ୍ତାର କରି ଚାଲିଛନ୍ତି।ଯାହାଫଳରେ ଅପମିଶ୍ରିତ ମଦ ବହୁ ଲୋକ ପିଇ ଅସୁସ୍ଥ ହେବାର ଦେଖାଦେଇଛି। ବୋରିଗୁମ୍ମା ଅବକାରୀ ବିଭାଗ ଓ ପୋଲିସ ର ମିଳିତ ଛଡାଉ କରିଛନ୍ତି।ଦେଶୀ ମଦ ର କୁଟୀର ଶିଳ୍ପ କୁହାଯାଉଥିବା ଲୋଦିଯୋଡି ଓ ହାତଗୁଡା ରେ ଛଡାଉ ହୋଇଥିଲା। ଜଙ୍ଗଲ ମଧ୍ୟରେ ଦେଶୀ ମଦ ପ୍ରସ୍ତୁତ କରୁଥିବା ବେଳେ ଅବକାରୀ ବିଭାଗ ଓ ପୋଲିସ ୨ ହଜାର ଗୁଡ଼ ମହୁଲ ମିଶ୍ରିତ ପୋଚ  ଓ ୨ ଶହ ଲିଟର ରନ୍ଧା ମଦ କୁ ନଷ୍ଟ କରିଛନ୍ତି। ଆଗକୁ ଏହିପରି ଭାବେ ଅବକାରୀ ଛଡାଉ କରାଯିବ ବୋଲି ବୋରିଗୁମ୍ମା ଅବକାରୀ ଓ ଆଇ ସି କମ୍ବୁପାଣି ସିନ୍ଦୁର କହିଛନ୍ତି। ଆଜିର ଛଡାଉ ରେ ଅବକାରୀ କର୍ମଚାରୀ ଉମାକାନ୍ତ ଲମତା, କାହ୍ନୁ ମୁଦୁଲି, ନରେନ୍ଦ୍ର ଭତ୍ରା ଏବଂ ପୋଲିସ ବିଭାଗ ର ଏ ଏସ ଆଇ ହରି ଖରା, କନେଷ୍ଟବଳ ଏସ ଦଣ୍ଡସେନା, କେ ସି   ମିଶ୍ର ହୋମ ଗାର୍ଡ ଏସ ଏସ ଗୌଡ଼ ଓ ସନମତି ପ୍ରମୁଖ ଉପସ୍ଥିତ ଥିଲେ।
Har Ghar Tiranga

Leave A Reply