ଆମେ ନିଜକୁ ଫିଟ ରଖିବା ପାଇଁ ପ୍ରତିଦିନ କିଛିଟା ଭୁଲ କରିଥାଉ, କିନ୍ତୁ ଏହିସବୁ କଥାକୁ ଧ୍ୟାନ ଦେଲେ ସହଜରେ ଫିଟ ରହିପାରିବେ
ଆମେ ନିଜକୁ ଫିଟ ରଖିବା ପାଇଁ ପ୍ରତିଦିନ କିଛିନା କିଛି ଭୁଲ କରି ବସିଥାଉ l ସେମାନେ ଭାବି ବସିଥାଆନ୍ତି ଯେ ଏପରି କରିବା ଦ୍ୱାରା ବଡି ମେଣ୍ଟେନ ହୋଇ ରହିବ, କିନ୍ତୁ ଏହା ଭୁଲ ଧାରଣା ଅଟେ l ଏହାଦ୍ୱାରା ଆପଣଙ୍କ ଶରୀର ଦୁର୍ବଳ ରହିବା ସହିତ ଭବିଷ୍ୟତରେ ଗମ୍ଭୀର ସମସ୍ୟାର ସମୁଖୀନ ହେବେ l ନିଜକୁ ଫିଟ ରଖିବା ପାଇଁ ଏହିସବୁ ଛୋଟ ଛୋଟ କଥାକୁ ନିହାତି ଜାଣିବା ଆବଶ୍ୟକ l
– ସପ୍ଲିମେଣ୍ଟ ନେବା ଉଚିତ ନୁହେଁ –
କିଛି ଲୋକ ଆଜିକାଲି ର ଟ୍ରେଡ଼ କୁ ଅନୁସରଣ କରି ନିଜର ଓଜନ ହ୍ରାସ କରିବାକୁ ଯାଇ ସପ୍ଲିମେଣ୍ଟ ର ସାହାରା ନେଇଥାଉ l ଆମେ ଭାବି ଥାଉ ଯେ ଆମେ ଏହି ସପ୍ଲିମେଣ୍ଟ ରୁ ସେହି ସମସ୍ତ ପୋଷକତତ୍ୱ ପାଇଯିବୁ ଯାହାକି ପ୍ରାକୃତିକ ପାନିପରିବାରେ ରହିଛି l ଆପଣ ସେହି ସପ୍ଲିମେଣ୍ଟ ସେବନ କରିବା ଆବଶ୍ୟକ ଯାହା ଆପଣଙ୍କୁ ଡାକ୍ତର ପରାମର୍ଶ ଦେଉଛନ୍ତି l
– କାର୍ବୋହାଇଡ୍ରେଟ ଅଧିକ ସେବନ କରନ୍ତୁ ନାହିଁ –
ପ୍ରତିଦିନ କମ୍ କାର୍ବୋହାଇଡ୍ରେଟ ସେବନ କରିବା ଜରୁରୀ l କାରଣ କାର୍ବୋହାଇଡ୍ରେଟ ହଜମ କରିବା ପାଇଁ ଟିକେ ସମୟ ଅଧିକ ଲାଗିଥାଏ l ସେଥିପାଇଁ ସେହିସବୁ ଜିନିଷ ଅଧିକ ସେବନ କରିବା ଉଚିତ ନୁହେଁ ଯେଉଁଥିରେ ଅଧିକ କାର୍ବସ୍ ଥାଏ l
– ରାତ୍ର ଭୋଜନ ସମୟର ରଖନ୍ତୁ ଧ୍ୟାନ –
କୁହାଯାଏ ଯେ ସୂର୍ଯ୍ୟାସ୍ତ ପରେ ରାତ୍ରୀ ଭୋଜନ କରିବା ଉଚିତ ନୁହେଁ l କାରଣ ଯଦି ଆମେ ଡେରିରେ ଖାଦ୍ୟ ଖାଇଥାଉ ତେବେ ହଜମ ହେବାରେ ଅସୁବିଧା ଦେଖା ଦେଇଥାଏ l ଏହାଛଡା ରାତ୍ରି ଭୋଜନ ର ୩ଘଣ୍ଟା ପରେ ବିଛଣାକୁ ଯିବା ଆବଶ୍ୟକ l ଏହାଦ୍ୱାରା ଆପଣଙ୍କ ଖାଦ୍ୟ ଠିକ ଭାବରେ ହଜମ ହୋଇ ପାରିବ l ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ ମିଳିବ l
– ଉପବାସ କରିବା ଉଚିତ ନୁହେଁ –
ଖାଦ୍ୟ ଛାଡି ଉପବାସ ରହିବା ଦ୍ୱାରା ଶରୀର ନିସ୍ତେଜ ହୋଇଯାଏ ଓ ଚିଡିଚିଡ଼ା ଲାଗିଥାଏ l ତେଣୁ ନିୟମିତ ଉଚିତ ମାତ୍ରାର ଖାଦ୍ୟ ଓ ଉଚିତ ସମୟରେ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ l
– ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ –
ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ଶରୀରରେ ଫିଟ ନେସ ଉପରେ ବାଧା ଉପୁଜିଥାଏ l ତେଣୁ କାର୍ଯ୍ୟ କରିବା ସମୟରେ ମଝିରେ ମଝିରେ ଏପଟ ସେପଟ ହୋଇ ଚାଲିବା ଆବଶ୍ୟକ l ନଚେତ ଏହା ଶରୀର ଉପରେ ପ୍ରଭାବ ପକାଇଥାଏ l